ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।
୫୩ ବର୍ଷୀୟ ଆମେରିକୀୟ ବାସିନ୍ଦା ଖ୍ରୀସ୍ ଷ୍ଟ୍ରାଉଥ୍ । ପ୍ରାୟ ୧୩ ବର୍ଷ ପୂର୍ବେ ସେ କିଡନୀ ରୋଗରେ ପୀଡିତ ହୋଇଥିଲେ । ୨୦୦୯ରେ ଖ୍ରୀସ୍ଙ୍କ କିଡନୀ କାମ କରିବା ବନ୍ଦ କରିଦେଇଥିଲା । ଫଳରେ ସେ ନିୟମିତ ଭାବେ ଡାଇଲିସିସ୍ କରିବାକୁ ବାଧ୍ୟ ହୋଇଥିଲେ । ପ୍ରତିଦିନ ଡାଇଲିସିସ୍ ଦ୍ୱାରା ଅତିଷ୍ଠ ହୋଇ ସେ ଟୁଇଟର୍ରେ କିଡନୀ ପ୍ରତିରୋପଣ ପାଇଁ ଅନୁରୋଧ କରିଥିଲେ ।
14 years on @Twitter it got me a kidney, the very first social media transplant. Made friends made enemies. Did a crap ton of media wonder that the next 14 bring. Do you remember when you joined Twitter? I do! #MyTwitterAnniversary pic.twitter.com/93Lf7miOS1
— chris strouth (@chrisstrouth) October 12, 2021
ଟୁଇଟ୍ କରିବା ପରେ ଖ୍ରୀସ୍ ଫିଲ୍ମ ଦେଖିବାକୁ ସିନେମା ହଲ୍ ଯାଇଥିଲେ । ପ୍ରାୟ ଦୁଇଘଣ୍ଟା ପରେ ୧୯ରୁ ଅଧିକ ଲୋକ ତାଙ୍କୁ କିଡନୀ ଦେବାକୁ ରାଜି ଥିବା ନେଇ ରିଟୁଇଟ୍ ଦେଖି ଖ୍ରୀସ୍ ଚକିତ ହୋଇପଡିଥିଲେ ।
ଶେଷରେ ସ୍କଟ୍ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଖ୍ରୀସଙ୍କର ସମସ୍ତ ରିପୋର୍ଟ ମେଳ ଖାଇଥିଲା । ସମସ୍ତ ନିୟମାନୁଯାୟୀ କିଡନୀ ପ୍ରତିରୋପଣ ମଧ୍ୟ ହୋଇଥିଲା । ଏହାପରେ ଉଭୟ ଖ୍ରୀସ୍ ଓ ସ୍କଟ୍ ଏକାଠି ଛୁଟି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଥିଲେ । ତେବେ ଦୁର୍ଭାଗ୍ୟର କଥା, ସଫଳ ରୂପେ କିଡନୀ ପ୍ରତିରୋପଣ ହୋଇଥିଲେ ସୁଦ୍ଧା ଆଜି ବି ଖ୍ରୀସ ଡାଇଲିସିସ୍ କରିବାକୁ ବାଧ୍ୟ ହେଉଛନ୍ତି ।
Comments are closed.