Latest Odisha News

BREAKING NEWS

[ଭିଡିଓ] ଦାଢି କାଟିବାକୁ ସେଲୁନରେ ପହଂଚିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ମଣିଷଙ୍କୁ ନକଲ କରିବାରେ ମାଙ୍କଡ ଭଳି ପଶୁ ବେଶ ମାହିର । ଏ ନେଇ ସୋସିଆଲ ମିଡିଆରେ ଅନେକ କୌତୁକିଆ ଭିଡିଓ ମଧ୍ୟ ରହିଛି । ହେଲେ ନିକଟରେ ଗୋଟିଏ ମାଙ୍କଡ ସେଲୁନରେ ପହଂଚିଥିଲା । ଆଉ ତା ପରେ ଯାହା ଘଟିଥିଲା, ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ମାତ୍ର ୪୫ ସେକେଣ୍ଡର ଏହି ଭିଡିଓରେ ମାଙ୍କଡଟି ସେଲୁନରେ ଏକ ମିରର୍ ସାମ୍ନାରେ ବସିଛି । ଏପରିକି ବେକରେ କପଡା ମଧ୍ୟ ଘୋଡାଯାଇଛି । ଅନ୍ୟପଟେ ସେଲୁନର କର୍ମଚାରୀ ଜଣକ ବେଶ ଆରାମରେ ମାଙ୍କଡର ଦାଢି ଟ୍ରିମର୍ ଜରିଆରେ କାଟିବାରେ ଦେଖାଯାଇପାରେ । ଭିଡିଓଟି କେତେ ପୁରୁଣା ଓ କେଉଁଠୁ ଆସିଛି ତାହା ଜଣାପଡିନି । ହେଲେ ଭିଡିଓରେ ଥିବା ମାଙ୍କଡଟିକୁ ଯେ କେହି ଜଣେ ପାଳିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.