Latest Odisha News

BREAKING NEWS

[ଭିଡିଓ] କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଓ ତାଲିବାନୀ ଆତଙ୍କବାଦୀର ମଧୁଚନ୍ଦ୍ରିକା

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନର କବ୍‌ଜାକୁ ନେଇ ପାକିସ୍ତାନର ପରୋକ୍ଷ ସମର୍ଥନ ରହିଛି । ହେଲେ ବିଶ୍ୱ ଦରବାରରେ କିନ୍ତୁ ପାକିସ୍ତାନ ଦେଖାଇଥିଲା କୁମ୍ଭୀର କାନ୍ଦଣା । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ତାଲିବାନର ପ୍ରବକ୍ତା ତଥା ଆତଙ୍କବାଦୀକୁ ଜଣେ ପାକିସ୍ତାନୀ ସାମ୍ବାଦିକ ଫ୍ଲାଇଂ କିସ୍ କରିବାରେ ନଜର ଆସିଛନ୍ତି ।

ଭାଇରାଲ୍ ହୋଇଥିବା ଭିଡିଓରେ ପାକିସ୍ତାନୀ ସାମ୍ବାଦିକ ଫାରୁକି ଜମିଲ ତାଲିବାନୀ ପ୍ରବକ୍ତା ସୁହୈଲ ସାହିନ୍ ସହ ବନ୍ଧୁତ୍ୱଭାବ ଦେଖାଇବାରେ କୌଣସି ହେଳା କରିନଥିଲେ । ଏପରିକି ଏହି ଭିଡିଓ କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଜଣକ ତାଲିବାନ ଯିବା ନେଇ ପ୍ରକାଶ କରିଥିଲେ । ଏହି ଭିଡିଓଟିକୁ ଅନ୍ୟ ଜଣେ ସାମ୍ବାଦିକ ଅର୍ସାଦ ୟୁସୁଫଜାଇ ଟୁଇଟରରେ ସେୟାର କରି ତୀବ୍ର ସମାଲୋଚନା କରିଛନ୍ତି । ଏହି ଭିଡିଓ ହିଁ ସ୍ପଷ୍ଟ କରିଛି ଯେ, ପାକିସ୍ତାନୀ ଓ ତାଲିବାନୀଙ୍କ ମଧ୍ୟରେ କିପରି ରହିଛି ସମ୍ପର୍କ ।

Leave A Reply

Your email address will not be published.