Latest Odisha News

BREAKING NEWS

ଭାରତୀୟ ସଂସ୍କୃତି ମହାଭାରତର ମୂଲ୍ୟବୋଧ ଉପରେ ଆଧାରିତ

ଭୁବନେଶ୍ୱର : ଲେଖକ ବ୍ରଜବନ୍ଧୁ ପଣ୍ଡାଙ୍କ ରଚିତ ପୁସ୍ତକ ‘ପାଣ୍ଡବ କୁଳଚନ୍ଦ୍ରମା’ ଓ ‘ଅମ୍ଳାନ ଦୀପ୍ତି’ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି।

ଲେଖକ ମହାଭାରତର ପରୀକ୍ଷିତ ଚରିତ୍ରକୁ ନେଇ ‘ପାଣ୍ଡବ କୁଳଚନ୍ଦ୍ରମା’ ଓ ଓଡ଼ିଶାର କବିମାନଙ୍କୁ ନେଇ ତା ‘ଅମ୍ଳାନଦୀପ୍ତି’ ରଚିତ ହୋଇଛି।

ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୋୖରହିତ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ବାବା ଅଭିରାମ ସରସ୍ୱତୀ , ଅସୀତ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ , ହୃଷିକେଶ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

ମହାଭାରତର ମୂଲ୍ୟବୋଧ ଉପରେ ଭାରତୀୟ ସଂସ୍କୃତି ତିଷ୍ଠି ରହିଛି । ତା’ସହ କବି ପ୍ରତିଭାମାନଙ୍କୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଲେଖକଙ୍କର ଅକ୍ଲାନ୍ତ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସଭା ଶେଷରେ ଲେଖକ ବ୍ରଜବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.