Latest Odisha News

BREAKING NEWS

କରିନା କାପୁର ବନାମ ସିଙ୍ଗାପୁର ଟିକ୍‌ଟକର୍

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରୀରେ କଭି ଖୁସୀ କଭି ଗମ୍ ଭଳି ଫିଲ୍ମ ଆଇକନିକ୍ ତାଲିକାରେ ସାମିଲ ଅଛି । ଏହି ଫିଲ୍ମର ଗୀତଗୁଡିକ ଏବେ ବି ଦର୍ଶକଙ୍କ ନିକଟରେ ପପୁଲାର ରହିଛି । ଖାସ କରି ବୋଲେ ଚୁଡିୟାଁ ଭଳି ଗୀତ ବିବାହ ଓ ପାର୍ଟିରେ ଶୁଣିବାକୁ ମିଳେ । ତେବେ ନିକଟରେ ସିଙ୍ଗାପୁରରେ ଜଣେ ଟିକ୍‌ଟକର୍ ଏହି ଗୀତର କୋରିଓଗ୍ରାଫିକୁ ନକଲ କରିବାକୁ ଯାଇ ଖୁବ ଚର୍ଚ୍ଚା ସାଉଣ୍ଟିଛନ୍ତି ।

@simplejeee ନାମକ ଜଣେ ଟିକ୍‌ଟକ୍ ୟୁଜର୍ ଏହି ଭଡିଓଟିକୁ ପ୍ରସ୍ତତ କରିଛନ୍ତି । ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଦୁଇଜଣ ଯୁବକଙ୍କୁ କରିନା ଓ ହ୍ରିତିକଙ୍କ ଏକ୍ସପ୍ରେସନ୍ ନକଲ କରିବାରେ ନଜର ଆସିଛନ୍ତି । ଚର୍ଚ୍ଚିତ ଗୀତର ପ୍ରତି ଫ୍ରେମକୁ ଦୁହେଁ ନକଲ କରିବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ତାରିଫ କରିବାକୁ ପଛାଇନାହାଁନ୍ତି ଅନେକ ସୋସିଆଲ ମିଡିଆ ୟୁଜର୍ ।

Leave A Reply

Your email address will not be published.