Latest Odisha News

BREAKING NEWS

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା , ପୁଣି ବର୍ଷିବ

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗ‌ରେ ଗତି କରି କ୍ରମଶଃ ଘନୀଭୂତ ହେବ ଓ ୯ ତାରିଖରେ ଲଘୁଚାପରେ ପରିଣତ ହେବ। ୧୨ ବା ୧୩ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ। ଏଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ। ଫଳରେ ଚେନ୍ନାଇ ସହ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ।

ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେବା ଫଳରେ ପୁରୀ,ଭୁବନେଶ୍ୱର,ଗୋପାଳପୁର,ସମେତ ସମୁଦ୍ର ସଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ଓ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ରାୟଗଡ଼ା ,କୋରାପୁଟ ଓ ମାଲକାନଗିରି ମଧ୍ୟ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.