Latest Odisha News

BREAKING NEWS

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭିଡିଓରେ ରଷ୍ଟି ନାମକ ଜଣେ ବ୍ୟକ୍ତି ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଥିବାରୁ ରାମ ଚରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି ।

ଋଷିଆ-ୟୁକ୍ରେନ୍ ଯୁଦ୍ଧ ମଝିରେ ଅଭିନେତା ରାମ ଚରଣ ରଷ୍ଟି ନାମକ ଜଣେ ଅଙ୍ଗରକ୍ଷୀଙ୍କ ନିକଟକୁ ସହାୟତା ପଠାଇଥିଲେ । ଅଙ୍ଗରକ୍ଷୀ ରଷ୍ଟି ୟୁକ୍ରେନ୍ ବାସିନ୍ଦା ବୋଲି ଜଣାପଡିଛି । ଯୁଦ୍ଧ ପୂର୍ବରୁ ରାମ ଚରଣ ୟୁକ୍ରେନ୍‌ରେ କିଛି ସମୟ ପାଇଁ ନିଜ ଫିଲ୍ମର ସୁଟିଂ କରିଥିଲେ । ସେହି ସମୟରେ ରଷ୍ଟି ତାଙ୍କ ସିକ୍ୟୁରିଟି ଟିମ୍‌ର ସଦସ୍ୟ ଥିଲେ ।

ତେବେ ଏହି ସମସ୍ତ ଘଟଣା ଖୋଦ ରାମ ଚରଣ ନୁହେଁ ବରଂ ୟୁକ୍ରେନ୍‌ରୁ ଆସିଥିବା ଏହି ଭିଡିଓଟି ପ୍ରକାଶ କରିଛି । ଏହି ଭିଡିଓରେ ରଷ୍ଟି ନାମକ ଜଣେ ବ୍ୟକ୍ତି ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଥିବାରୁ ରାମ ଚରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରଷ୍ଟିଙ୍କ ଭିଡିଓ ମେସେଜ୍ ଅନୁଯାୟୀ, “ୟୁକ୍ରେନ୍‌ରେ ଥିବା ସମୟରେ ମୁଁ ରାମ ଚରଣଙ୍କ ଅଙ୍ଗରକ୍ଷୀ ଥିଲି । ଯୁଦ୍ଧ ଆରମ୍ଭ ହେବା ମାତ୍ରେ ସେ ମୋତେ ଫୋନ୍ କଲ୍ କରିଥିଲେ । ମୋ ସ୍ତ୍ରୀର ଦେହ ଖରାପ ଥିବାବେଳେ ଔଷଧର ଅଭାବ ବିଷୟରେ ସେ ମୋଠୁ ଜାଣିବାକୁ ପାଇଥିଲେ । ପରେପରେ ସେ ସେ ମୋ ରୋଗୀଣା ସ୍ତ୍ରୀ ପାଇଁ ଔଷଧ ଓ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ପଠାଇଥିଲେ । ତାଙ୍କ ନିକଟରେ ମୁଁ ଚିର କୃତଜ୍ଞ”

ରଷ୍ଟିଙ୍କ ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଏବେ ସେ ୟୁକ୍ରେନ୍ ସେନା ସହ ଯୋଗ ଦେଇ ଯୁଦ୍ଧରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିଜ ଅପକମିଂ ଫିଲ୍ମ ଆର୍ ର ପ୍ରମୋଶନ ପାଇଁ ରାମ ଚରଣ ବ୍ୟସ୍ତ ରହିଛନ୍ତି । ତେବେ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ଯେ, ରାମ ଚରଣ ପ୍ରକୃତରେ ନିଜ ଅଙ୍ଗରକ୍ଷୀଙ୍କ ପାଇଁ ଅତ୍ୟାବଶକୀୟ ସାମଗ୍ରୀ ପଠାଇଥିଲେ ।

Leave A Reply

Your email address will not be published.