Latest Odisha News

[ଭିଡିଓ] କେବେ ଖାଇଛନ୍ତି ରସଗୋଲା ଚାଟ୍ ?

ଭୁବନେଶ୍ୱର: ରସଗୋଲା…ଓଡିଆଙ୍କ ସ୍ୱତନ୍ତ୍ର, ଖାସ ତଥା ଅତିପ୍ରିୟ ମିଠା । ସୋସିଆଲ୍ ମିଡିଆରେ ରସଗୋଲାକୁ ନେଇ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭିଡିଓଟି କେଉଁଠୁ ଓ କେବେ ଆସିଛି ତାହା ସ୍ପଷ୍ଟ ହୋଇପାରିନି । ହେଲେ ଭିଡିଓରେ ଜଣେ ବ୍ୟକ୍ତି ରସଗୋଲାରୁ ରସ ବାହାର କରିବା ପରେ ତାକୁ ଚାଟ୍ ରେ ରୂପାନ୍ତରିତ କରିବାରେ ଦେଖିବାକୁ ମିଳିଛି ।

ପ୍ରଥମେ ରସଗୋଲାକୁ ଦୁଇ ଫାଳ କରି କାଟିବା ପରେ ସେଥିରେ ଦହି, ଖଜୁରୀ ଖଟା, ଚାଟ୍ ମସଲା, ଲୁଣ, ଲଙ୍କାଗୁଣ୍ଡ, କାଜୁ, କିସମିସ୍ ଓ ଆଲମଣ୍ଡ ଦିଆଯାଇ ପ୍ରସ୍ତୁତ କରାଯାଇଥିଲା ରସଗୋଲା ଚାଟ୍ । ଭିଡିଓଟି ଖୁବ ଚର୍ଚ୍ଚାରେ ଥିଲେ ହେଁ ଅନେକ ଲୋକ ରସଗୋଲା ଭଳି ଚର୍ଚ୍ଚିତ ମିଠାକୁ ଚାଟ୍ ରେ ରୂପାନ୍ତରିତ କରିବା ଘଟଣାକୁ ନାପସନ୍ଦ କରିଛନ୍ତି ।

Comments are closed.