ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା ଜଣାପଡିଛି ।
ଭାଇରାଲ ଅଡିଓ ମାମଲାରେ ଗିରଫ ଲକ୍ଷ୍ମୀକାନ୍ତ ଏବଂ ବିଶ୍ୱଜିତଙ୍କୁ ଗତକାଲି ଝାରପଡା ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରିମାଣ୍ଡର ୨ ଦିନ ଭିତରେ ହିଁ ତାଙ୍କୁ ପଚରା ଉଚରା ସରିଛି । ଏବଂ ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରେ କୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଲକ୍ଷ୍ମୀକାନ୍ତ ହେଉଛନ୍ତି ଅରଟେଲ କମ୍ୟୁନିକେସନ୍ କର୍ମଚାରୀ । ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ ।
Comments are closed.