Latest Odisha News

BREAKING NEWS

ଆସନ୍ତୁ ଜାଣିବା ସୁଶାନ୍ତ ବାପାଙ୍କ ଓକିଲ କାହିଁକି କହିଲେ ସିଦ୍ଧାର୍ଥ ଜଣେ ଚାଲାକ ଅପରାଧୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡି ନ ଥିଲେ ମଧ୍ୟ ଏହା ପଛରେ କିଛି ଲୋକଙ୍କ ଷଡଯନ୍ତ୍ର ରହିଥିଲା । ସୁଶାନ୍ତଙ୍କ ବାପାଙ୍କ ଓକିଲ ବୁଧବାର କହିଛନ୍ତି ସିଦ୍ଧାର୍ଥ ପିଥାନୀ ଜଣେ ଚାଲାକ ଅପରାଧୀ । ତାଙ୍କର ଏହି ମନ୍ତବ୍ୟ ପରେ ସମସ୍ତଙ୍କ ନଜର ସିଦ୍ଧାର୍ଥଙ୍କ ଉପରକୁ ଯାଇଛି ।

BjdElectrycity

ଏଫଆଇଆର ରୁଜୁ ହେବା ପୂର୍ବରୁ ସେ ସୁଶାନ୍ତଙ୍କ ପରିବାର ସହ ଭଲ ଭାବେ କଥା ହେଉଥିଲେ ଏବଂ ସାହାଯ୍ୟ କରିବା ପାଇଁ ତତ୍ପର ରହୁଥିଲେ । ମାତ୍ର ଏଫଆଇଆର ରୁଜୁ ହେବା ପରେ ସେ ସୁଶାନ୍ତଙ୍କ ପରିବାର ବଦଳରେ ରିୟା ଚକ୍ରବର୍ତିଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ପ୍ରଥମରୁ ସିଦ୍ଧାର୍ଥଙ୍କ କାର୍ଯ୍ୟକଳାପ ଉପରେ ମୋର ସନ୍ଦେହ ଥିଲା ବୋଲି ଓକିଲ କହିଛନ୍ତି । ଏବେ କେବଳ ପଚରାଉଚରା ଚାଲିଛି । ପ୍ରକୃତ ସତ ଖୁବ୍ ଶୀଘ୍ର ବାହାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.