ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ ସାଧାରଣ ଜନତାଙ୍କ ଟାର୍ଗେଟ୍ରେ ।
ଏ ସମସ୍ତ ଘଟଣା ବାଦ ସୁଶାନ୍ତଙ୍କର ଏକ ପୁରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ ସେ ଜଣେ ଝିଅଙ୍କ ସହ ଖୁବ ନିକଟତର ଅବସ୍ଥାରେ ନଜର ଆସିଛନ୍ତି । ତେବେ ଏହି ଝିଅ ଜଣକ କିଏ ? କାହିଁକି ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ?
ଅନ୍ୟ କେହି ନୁହେଁ ବରଂ ଆଲିୟା ଭଟ୍ଟଙ୍କ ସାଙ୍ଗ ଆକାଂକ୍ଷା ରଂଜନ କାପୁରଙ୍କ ସହ ଫଟୋ ଉଠାଇଥିଲେ ସୁଶାନ୍ତ । ଫଟୋରେ ସୁଶାନ୍ତ ତାଙ୍କୁ କୁଣ୍ଢାଇ ଧରିବା ସହ ଚୁମ୍ବନ ଦେବାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆକାଂକ୍ଷାଙ୍କ ସହ ସୁଶାଙ୍କ୍ର କେବଳ ବନ୍ଧୁତା ଥିଲା ନା ଲୁଚିରହିଥିଲା କିଛି ନିବିଡ ସଂପର୍କ ?
ଛାନ୍ଭିନ୍ରୁ ଜଣାପଡିଛି ଏହି ଫଟୋଟିକୁ ଅକ୍ଟୋବାର ୨୦୧୭ରେ ଖୋଦ ଆକାଂକ୍ଷା ସୋସିଆଲ ମିଡିଆରେ ସେୟାର କରିଥିଲେ । ରମେଶ ତୌରାନୀଙ୍କ ଦୀପାବଳୀ ଉତ୍ସବରେ ସୁଶାନ୍ତ ଓ ଆକାଂକ୍ଷା ଏକାଠି ଫଟୋ ଉଠାଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଆକାଂକ୍ଷା ତାଙ୍କ ସ୍ମୃତିରେ ଫଟୋଟିକୁ ପୁନର୍ବାର ସେୟାର କରିଥିଲେ ।
Comments are closed.