Latest Odisha News

BREAKING NEWS

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

BjdElectrycity

ସେହିପର ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦମାନେ ନିଜର ଆର୍‌ଟିପିସିଆର୍ କୋଭିଡ୧୯ ରିପୋର୍ଟ ଦେଖାଇବେ । ଏଥିସହ ଏନ୍‌ଆଇସି ଦ୍ୱାରା ତିଆରି ହୋଇଥିବା ଏକ ମୋବାଇଲ ଆପ୍ ମାଧ୍ୟମରେ ସାଂସଦମାନେ ଉପସ୍ଥାପନ ପକାଇବେ ।

ସୂଚନାଯୋଗ୍ୟ ଯେ, ୧୪ ସେପ୍ଟେମ୍ବରରୁ ଏହି ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏଁ ଚାଲିବ । ଚଳିତ ମୌସୁମୀ ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିଛି । ଏଥର ଶନିବାର ଓ ରବିବାର ଛୁଟି ରହିବ ନାହିଁ । ଲୋକସଭା ପ୍ରଥମ ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏଁ ଚାଲିବ । ବାକି ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ବସିବ । ସେହିପରି ରାଜ୍ୟସଭା ପ୍ରଥମ ଦିନରେ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ଯାଏଁ ବସିବ, ବାକି ଦିନରେ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏଁ ବସିବ ।

Leave A Reply

Your email address will not be published.