Latest Odisha News

ରଘୁ ରାମଙ୍କ ସହ ଫୁର୍‌ସତ୍‌ରେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରେପରେ ତାଙ୍କ ଭାଇ ବି ଏହି ବିବାଦୀୟ ଘଟଣାରେ ଏକ ଚରିତ୍ର ପାଲଟିଥିଲେ । ହେଲେ ବହୁ ତନାଘନା ପରେ ଏବେ ରିୟା ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ଫୁରସତରେ ଟିକେ ସମୟ ଅତିବାହିତ କରିବାକୁ ସେ ପହଂଚିଥିଲେ ଭି.ଜେ ରଘୁ ରାମଙ୍କ ଘରେ ।

ଗତକାଲି ରଘୁ ରାମ ଓ ନତାଲିଆ ଡି ଲୁସିଓଙ୍କ ପୁଅ ରିଦମ୍‌ର ଜନ୍ମଦିନ ଥିଲା । ଏହି ଅବସରରେ ରିୟା ତାଙ୍କ ଘରେ ପହଂଚିଥିଲେ । ରିୟାଙ୍କୁ ବାଦ୍ ଦେଲେ ଜନ୍ମଦିନ ଉତ୍ସବରେ ରଘୁଙ୍କ ଭାଇ ରାଜୀବ ଓ ଭି.ଜେ ଅନୁଷା ଦଣ୍ଡେକର ବି ଉପସ୍ଥିତ ଥିଲେ । ଜନ୍ମଦିନ ଉତ୍ସବ ସମୟର ଏକାଧିକ ଫଟୋକୁ ରାଜୀବ ସୋସିଆଲ ମିଡିଆରେ ସେୟାର ବି କରିଥିଲେ ।

 

View this post on Instagram

 

A post shared by Rajiv Lakshman (@rajivlakshman)

ସୁଶାନ୍ତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରୁ ସାମାନ୍ୟ ମୁକ୍ତି ପାଇବା ପରେ ରିୟା ପ୍ରଥମ ଥର ପାଇଁ କେଉଁ ଉତ୍ସବରେ ସାମିଲ ହୋଇଥିଲେ । ଅନେକ ଲୋକ ରିୟାଙ୍କ ସହ ରଘୁ ରାମଙ୍କ ଫଟୋକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି । ଅନ୍ୟପଟେ ରିୟା କିନ୍ତୁ ନିଜ ଜୀବନକୁ ସାଧାରଣ ଢଙ୍ଗରେ ଢଳାଇବାକୁ ଚେଷ୍ଟା ଚଳାଇଛନ୍ତି ।

Leave A Reply

Your email address will not be published.