କୋଲକାତା: ସତରେ ଖୁସୀ ମନାଇବା ପାଇଁ ନାହିଁ କୌଣସି ବୟସ ସୀମା । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା । ନିଜ ଜନ୍ମଦିନରେ ପରିବାର ଲୋକଙ୍କ ସହ ମିଶି ବୃଦ୍ଧା ଜଣକ ଫୁଲ୍ ଦମ୍ରେ ଡାନ୍ସ କରିଥିଲେ । ତାଙ୍କ ଡାନ୍ସିଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ବୃଦ୍ଧା ଜଣକ ଅଗଷ୍ଟ ୧୦ରେ ନିଜ ଜନ୍ମଦିନ ପାଳିଥିଲେ । ସାମିଲ ଥିଲେ ପରିବାର ଲୋକେ । ନିଜ ପିଲାମାନଙ୍କ ଖୁସୀ ପାଇଁ ପରିପକ୍ୱ ବୟସରେ ବି ସେ ଡାନ୍ସ କରିବାକୁ ଆଦୌ କୁଣ୍ଠାବୋଧ କରିନଥିଲେ । ପରିବାର ଲୋକଙ୍କ ଉତ୍ସାହରେ ଫିଲ୍ମ ସିମ୍ବା ଗୀତର ତାଳେତାଳେ ତାଙ୍କୁ ନାଚିବାରେ ଦେଖିବାକୁ ମିଳିଥିଲା ।
ଆଜିର ଆଧୁନିକ ଯୁଗରେ ଯେଉଁଠି ବୃଦ୍ଧ ଓ ବୃଦ୍ଧାଙ୍କୁ ଲୋକେ ଅଦରକାରୀ ଭାବି ଘରୁ ତଡିଦେଉଛନ୍ତି ଅବା ବୃଦ୍ଧାଶ୍ରମରେ ଛାଡିଦେଉଛନ୍ତି । ସେଠି ଏହି ବୃଦ୍ଧାଙ୍କ ଭିଡିଓ ପ୍ରମାଣିତ କରିଛି ଯେ, ଆଜି ବି କିଛି ଲୋକ ପରିବାରର ସଂଜ୍ଞାକୁ ବୁଝିବା ସହ ତାକୁ ସମ୍ମାନ ଦେଇ ଜାଣିଛନ୍ତି ।
Comments are closed.