Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ବିଚ୍ ରାସ୍ତାରେ ଲୋମଟାଙ୍କୁରା ମାଡ !

ମଧ୍ୟପ୍ରଦେଶ: ବିଚ୍ ରାସ୍ତାରେ ଜଙ୍ଗଲରାଜ । ଦୁର୍ଘଟଣା ପାଇଁ ମରଣାନ୍ତକ ଆକ୍ରମଣ । ସବୁ ଦେଖି ଶୁଣି ଦେଖଣାହାରୀ ସାଜିଥିଲେ ସାଧାରଣ ଜନତା । ହେଲେ ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଯେ କେହି ବି ଦେଖିଛନ୍ତି, ଭୟରେ ତାଙ୍କ ଦେହ ଶୀତେଇ ଉଠିଛି ।

ଜବଲପୁରର ଜଣେ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ । ଏପରିକି ଲୁହା ପ୍ଲେଟରେ ବି ତାକୁ ହୋଇଥିଲା ଅକସ୍ମାତ ଆକ୍ରମଣ । ସୋମବାର ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଘଟଣାକୁ ନେଇ ପୋଲିସ ଉପରକୁ ଉଠିଛି ଅସରନ୍ତି ଅଙ୍ଗୁଳି ।

ରବିବାର ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ଅଧରତାଲ୍ ଅଂଚଳ ଦେଇ ଦୁଇ ମହିଳା ସ୍କୁଟିରେ ଯାଉଥିଲେ । ଏହି ସମୟରେ ଏକ ଅଟୋ ଡ୍ରାଇଭର ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ମହିଳା ସାମାନ୍ୟ ଆହତ ହୋଇଥିଲେ । ହେଲେ ତା ପରେ ଯାହା ଘଟିଥିଲା ସେହି ଅଟୋ ଡ୍ରାଇଭର ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲା ।

ହଠାତ୍ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କର ଦୁଇଜଣ ସଂପର୍କୀୟ ଆସି ପହଂଚିଥିଲେ । ଅଟୋ ଡ୍ରାଇଭର ଅଜିତ ବିଶ୍ୱକର୍ମାଙ୍କୁ ଏପରି ମାଡ ମାରିଥିଲେ, ସତେ ଯେମିତି ଦେଶ ପାଇଁ ସେମାନେ ଦେଶଦ୍ରୋହୀଙ୍କୁ ଆକ୍ରମଣ କରୁଛନ୍ତି । ଲାତ, ବିଧା ଓ ଚାପୁଡାରେ ମନ ଶାନ୍ତି ହେଲାନି ଯେ, ଶେଷରେ ଲୁହା ପ୍ଲେଟ୍‌ରେ ବି ବାଡେଇବାକୁ ପଛାଇନଥିଲେ ।

ତେବେ କଥା ଏତିକିରେ ଥମିନଥିଲା । ଅଟୋ ଡ୍ରାଇଭରଙ୍କୁ ଅଜିତଙ୍କୁ ମାଡ ମାରି ଲହୁଲୁହାଣ କରିବା ପରେ ତାଙ୍କୁ ଗାଡିରେ ଲଦି କୁଆଡେ ଉଭାନ୍ ହୋଇଯାଇଥିଲେ । ଭିଡିଓଟି ଭାଇରାଲ୍ ହେବା ପରେ ସ୍ଥାନୀୟ ପୋଲିସ ଅଜିତଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ଅଭିଷେକ ଚୌବେ ଓ ଚନ୍ଦନ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.