ଭଦ୍ରକ: ବେକରେ ସାପ ଧରି ବୁଲିବା ବେଳେ ଚୋଟ ଖାଇଲେ ଯୁବକ । ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଘଟିଛି । ଗୁରୁତର ଯୁବକ ହେଲେ ସୁବଳ ସାହୁ । ସୁବଳ ଏକ ବିରଳ ରଙ୍ଗୀନ ସାପକୁ ବେକରେ ଗୁଡ଼ାଇ ବୁଲୁଥିଲେ ।
ସୂଚନାଥାଉକି,ସାପକୁ ବେକରେ ଗୁଡ଼ାଇ ବୁଲୁଥିବା ସମୟରେ ତାଙ୍କ ଡାହାଣ ହାତକୁ ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି ।
ଏପଟେ ସାପଟିକୁ ଚିହ୍ନଟ ପାଇଁ ଡାକ୍ତରଖାନାକୁ ମଧ୍ୟ ଅଣାଯାଇଥିଲା । କିନ୍ତୁ ଡାକ୍ତରମାନେ ସାପଟିକୁ ଚିହ୍ନି ପାରିନଥିଲେ । ପରେ ସ୍ନେକ ହେଲପଲାଇନର ସଦସ୍ୟ ଅଲବିନୋ ରଣା ସାପ ବୋଲି ଚିହ୍ନଟ କରିଥିଲେ । ଅନ୍ତର୍ଜାତୀୟ ବଜାରରେ ଏହି ସାପର ଅଧିକ ଚାହିଦା ରହିଥିବା ସୂଚନା ମିଳିଛି ।
ଯେଉଁ ଡବାରେ ସାପଟିକୁ ରଖାଯାଇଥିଲା ସେଠାରେ ସାପଟି ନଥିବା ଜଣାପଡ଼ିଛି । ସାପଟି ବର୍ତ୍ତମାନେ କେଉଁଠି ତାର ସ୍ପଷ୍ଟ ସୂଚନା ମିଳିନି ।