Latest Odisha News

BREAKING NEWS

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଦୁଇଜଣ ଚୋର ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଛଡାଇ ବାଇକରେ ଚମ୍ପଟ୍ ମାରିଥିଲେ । ଏହି ଘଟଣାକୁ ନିଜ ଆଖିରେ ଦେଖିଥିଲେ ପୋଲିସକର୍ମୀ ରମେଶ ଆଣ୍ଟିଲିନ୍ । କାଳବିଳମ୍ବ ନ କରି ସେ ତାଙ୍କର ପିଛା କରିଥିଲେ । ପିଛା କରିବା ପରେ ଜାଣିପାରିଥିଲେ ଯେ, ଗାଡିର ନମ୍ବର ନଥିବାବେଳେ ମଡେଲ୍ ନମ୍ବର ଲୁଚାଇବା ପାଇଁ ପେଟ୍ରୋଲ ଟାଙ୍କିରେ ଏକ ଷ୍ଟିକର୍ ମଧ୍ୟ ଲାଗିଥିଲା ।

ଧରପଗଡରେ ଜଣେ ଚମ୍ପଟ୍ ମାରିଥିଲାବେଳେ ଗାଡି ଚଳାଉଥିବା ଚୋରକୁ ସେ କାବୁ କରିଥିଲେ । ତଦନ୍ତରେ ଜଣାପଡିଛି ବାଇକଟି ମଧ୍ୟ କିଛିଦିନ ପୂର୍ବରୁ ଚୋରି ହୋଇଥିଲା । ଚୋରଟିକୁ ଜେରା କରିବା ପରେ ଅନ୍ୟ ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ୧୧ଟି ମୋବାଇଲ୍ ଜବତ କରିଛି । ରମେଶଙ୍କ ଏହି କାରନାମାକୁ ଚେନ୍ନାଇ ପୋଲିସ କମିଶନର୍ ମହେଶ କୁମାର ଅଗ୍ରୱାଲ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.