ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ ଲୋକେ ସମ୍ମାନିତ କରିଥିଲେ ।
Dr Uma Madhusudan, an Indian doctor, was saluted in a unique way in front of her house in USA in recognition of her selfless service treating Covid patients pic.twitter.com/Hg62FSwzsP
— Harsh Goenka (@hvgoenka) April 20, 2020
ଏହି ଭିଡିଓରେ ଭାରତୀୟ ମହିଳା ଡାକ୍ତର ଉମା ମଧୁସୂଦନଙ୍କୁ ଅନେକ ସ୍ଥାନୀୟ ଲୋକେ ବେଶ ନିଆରା ଢଙ୍ଗରେ ସମ୍ମାନିତ କରିଛନ୍ତି । ପୋଲିସ ଗାଡି, ଦମକଳ ଓ ବିଭିନ୍ନ ପ୍ରାଇଭେଟ ଗାଡିରେ ବସି ଲୋକେ ତାଙ୍କୁ ହାତ ହଲାଇ ସମ୍ମାନିତ କରିଥିଲେ ।
ସୂଚନା ଅନୁଯାୟୀ ପ୍ରାୟ ୧୦୦ଟି ଗାଡିରେ ବସି ସ୍ଥାନୀୟ ଲୋକେ କରୋନାଭାଇରସ୍ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର ଉମାଙ୍କୁ ସମ୍ମାନ ଜଣାଇଥିଲେ । ଆମେରିକାର ସାଉଥ୍ ୱିଣ୍ଡସୋର୍ ହସ୍ପିଟାଲରେ କରୋନା ଚିକିତ୍ସାରେ ଡାକ୍ତର ଉମାଙ୍କ ଉତ୍ସର୍ଗିକରଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
Comments are closed.