Latest Odisha News

ଲକ୍‌ଡାଉନ୍ ସମୟରେ ଭାରତୀୟଙ୍କ ପସନ୍ଦର ସପିଙ୍ଗ୍ ତାଲିକା ଜାରି କଲା “ସ୍ନାପ୍‌ଡିଲ୍‌”

ଭୁବନେଶ୍ୱର: କୋଭିଡ୍‌-୧୯ ମୁକାବିଲା ଲାଗି ଭାରତୀୟମାନେ ପ୍ରାୟ ଏକମାସ ହେଲାଣି ଲକ୍‌ଡାଉନ୍‌ରେ ଅଛନ୍ତି । ଏହି ସମୟରେ ଭାରତୀୟମାନେ କେଉଁ ସବୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ତାହାର ଏକ ତାଲିକା ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ସ୍ନାପ୍‌ଡିଲ୍ ପକ୍ଷରୁ ଜାରି କରାଯାଇଛି ।

ଏହି ସଂସ୍ଥା ଲକ୍‌ଡାଉନ୍ ସମୟରେ ଅନେକ ବ୍ୟାପକ ବର୍ଗର ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବରାଦ ଗ୍ରହଣ କରିଛି । ଲକ୍‌ଡାଉନ୍ ଅବଧି ଶେଷ ହେବା ପରେ କଂପାନି ସେଗୁଡ଼ିକର ଡେଲିଭରି ଆରମ୍ଭ କରିବ । ବ୍ୟବହାରକାରୀମାନେ ସେଗୁଡ଼ିକୁ କାର୍ଟରେ ସଂରକ୍ଷିତ ରଖିଛନ୍ତି । ବ୍ୟବହାରକାରୀଙ୍କ ସପିଙ୍ଗ୍ କାର୍ଟରେ ୨୪ ଗୁଣା ଅଧିକ ଉତ୍ପାଦ ସାମିଲ ହୋଇଛି । ହାରାହାରି ଭାବେ ପ୍ରତି ଗ୍ରାହକଙ୍କ କାର୍ଟରେ ୯ଟି ଉତ୍ପାଦ ରହିଛି ।

ସପିଙ୍ଗ ତାଲିକାରେ ପ୍ରାୟ ୨୫% ନୂଆ ଗ୍ରାହକଙ୍କ ବରାଦ ରହିଛି । ବର୍ତମାନ ଇ-କମର୍ସ ଜରିଆରେ ଖାଦ୍ୟ, ଗ୍ରୋସରି, ଔଷଧ, ମାସ୍କ ଓ ସାନିଟାଇଜର୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯାଉଛି ।

ସ୍ନାପ୍‌ଡିଲ୍ ଜାରି କରିଥିବା ତଥ୍ୟ ଅନୁଯାୟୀ, ଗ୍ରାହକମାନେ ପୋଷାକ କିଣିବାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସପିଙ୍ଗ୍ କାର୍ଟରେ ସାମିଲ କରାଯାଇଥିବା ୪୦ ପ୍ରତିଶତ ଉତ୍ପାଦ ହେଉଛି ପୋଷାକ ସାମଗ୍ରୀ । ଗ୍ରାହକମାନେ ଟି-ସାର୍ଟ, ବରମୁଡା ସର୍ଟସ୍‌, ସାର୍ଟ, କ୍ରପଡ୍ ଟପ୍‌, କାଜୁଆଲ ଓୟାର, ଟ୍ରାକ୍ ପ୍ୟାଂଟ୍ ଏବଂ ନାଇଟ୍ ଓୟାର ଟପ୍ ଓ ପାଇଜାମାକୁ କାର୍ଟରେ ଯୋଡ଼ିହୋଇଛନ୍ତି । ୩୦୦-୯୦୦ ଟଙ୍କା ମୂଲ୍ୟର ଓପନ୍ ସାଣ୍ଡାଲ୍ ଓ ଫ୍ଲିପ୍ ଫ୍ଲପ୍ ମଧ୍ୟରେ ତାଲିକାରେ ରହିଛି ।

ପର୍ସନାଲ୍ ଗ୍ରୁମିଂ ଉତ୍ପାଦ ଭିତରେ ପୁରୁଷଙ୍କ ପାଇଁ ଟ୍ରିମର୍‌, ଏପିଲେଟରସ, ୱାକ୍ସି ଷ୍ଟ୍ରିପସ୍ ଚାହିଦାରେ ଥିବା ବେଳେ ୮୦ ହଜାରରୁ ଅଧିକ ଗ୍ରାହକ ନିଜ କାର୍ଟରେ ଏହି ସବୁ ଉତ୍ପାଦ ସାମିଲ କରିଛନ୍ତି । ବିଉଟି ଉତ୍ପାଦ ଭିତରେ ହେୟାର କଲର ଏବଂ ଆଲୋଭେରା କ୍ରିମ୍ ଅଧିକ ଚାହିଦାରେ ଅଛି । ଏହା ବ୍ୟତୀତ ଗ୍ରାହକମାନେ ଇୟରଫୋନ, ହେଡଫୋନ, ଲାପଟପ ଟେବୁଲ, ହୋମ ପ୍ରିଂଟର, ୱାଇ-ଫାଇ ରାଉଟର, ୟୁଏସବି ଚାର୍ଜର, ଡାଟା କେବୁଲ ଏବଂ ଏକ୍ସଟେନସନ କର୍ଡ ଆଦିକୁ କାର୍ଟରେ ସାମିଲ କରିଥିବା ବେଳେ ବ୍ୟାକ ସପୋର୍ଟ ପିଲୋ କିଣିବାକୁ ମଧ୍ୟ ଆଗ୍ରହ ଦେଖାଇଛନ୍ତି ।

ସାରା ଦେଶରୁ ମୋବାଇଲ୍ ଚାର୍ଜର, ସ୍କ୍ରିନ ପ୍ରୋଟେକ୍ଟର ଓ ମୋବାଇଲ୍ ଫୋନ୍ କଭର ପାଇଁ ବରାଦ ଆସିଛି । ଘରକରଣା ଜିନିଷ ଭାବେ ଗ୍ରାହକମାନେ ପ୍ରେସର କୁକର, ରୋଟି ମେକର, ଏଗ୍ ବଏଲର, କଇଂଚି, ବେଡସିଟ, ଟାୱେଲ, ୱାଲ ଡେକୋରେସନ, ବୃକ୍ଷରୋପଣ ପାଇଁ ଦରକାର ସାମଗ୍ରୀ, ପନିପରିବା ବିହନ, ଏଲଇଡି ବଲ୍‌ବ ଓ ଏମର୍ଜେନ୍ସି ଲାଇଟ୍ କିଣିବାକୁ ମଧ୍ୟ ପ୍ରୟାସ କରିଛନ୍ତି । ବ୍ୟାୟାମ ପାଇଁ ଓଜନ ମପା ଯନ୍ତ୍ର, ଟମି ଟ୍ରିମର, ଆବଡୋମିନାଲ ରୋଲର୍ସ, ଜିମ୍ ବଲ୍ ଏବଂ ଫିଟ୍‌ନେସ୍ ବ୍ୟାଣ୍ଡ୍ ଓ ବିଦ୍ୟାଳୟ ଉପକରଣ ଭାବେ ନୋଟବୁକ୍‌, ପାଠପଢ଼ା ପୁସ୍ତକ, ପେନ୍‌, ପେନ୍‌ସିଲ୍‌, କ୍ରେୟନ, ଜ୍ୟାମିତି ବାକ୍ସ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରୀକ୍ଷା ପୁସ୍ତକ ପାଇଁ ବରାଦ ଆସିଛି ।

ଗ୍ରାହକମାନେ ଆଂଟି ସ୍ନୋରିଂ ଉପକରଣ, ଆଧ୍ୟାତ୍ମିକ ପୁସ୍ତକ, ଷ୍ଟ୍ରେସ୍‌-ବୁଷ୍ଟର ବଲ୍‌, ଲୁଡୋ, ସ୍କ୍ରାବଲ୍ ଓ ୟୁନୋ ଭଳି ଇନ୍‌ଡୋର ଗେମସ୍‌, କୋମଳ ଖେଳନା, କିଚେନ୍ ସିଙ୍କ୍ ପାଇଁ ଆଂଟି କ୍ଲଗିଂ ଫିଲ୍‌ଟର୍‌, ଗିଟାର, ବଇଂଶି ଏବଂ ମାଉଥ ଅର୍ଗାନ ଭଳି ସଙ୍ଗୀତ ବାଦ୍ୟଯନ୍ତ୍ର କିଣିଛନ୍ତି । ଲୋକମାନେ ୬୮ ଟଙ୍କାରୁ ଆରମ୍ଭ କରି ୧୮,୨୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ପାଇଁ ବରାଦ ଦେଇଛନ୍ତି । ପ୍ରାୟ ୭୫% ବରାଦ ଉତରପ୍ରଦେଶ, ପଂଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର ଅଣ-ମେଟ୍ରୋ ସହରରୁ ଆସିଛି ।

Leave A Reply

Your email address will not be published.