Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?

 

View this post on Instagram

 

#uppolice #yogi #spcity #bareilly #delhi

A post shared by Tripti Shankhdhar (@triptishankhdhar) on

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ତୃପ୍ତି ଓ ତାଙ୍କ ପରିବାର ଭୟଭୀତ ଥିବା ସ୍ପଷ୍ଟ ଜଣାପଡିଛି । ତୃପ୍ତିଙ୍କ ବାପା ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ଏ କଥା ଖୋଦ ତୃପ୍ତିଙ୍କ ସମେତ ତାଙ୍କ ମାଆ ଓ ଭାଇ ବି ସ୍ୱୀକାର କରିଛନ୍ତି । ଉତ୍ତରପ୍ରଦେଶ ବରେଲିରେ ରହୁଥିବା ତୃପ୍ତିଙ୍କ ଅନୁଯାୟୀ ତାଙ୍କ ପିତା ଇଛା ବିରୋଧରେ ଜଣେ ୨୮ବର୍ଷୀୟ ଯୁବକଙ୍କ ସହ ବିବାହ କରାଇବାକୁ ଚାହୁଁଛନ୍ତି । ଏପରିକି ପ୍ରତିଦିନ ମାରପିଟ୍ କରିବା ସହ ତାଙ୍କ ହାତ କାଟି ହତ୍ୟା କରିବାକୁ ବି ଚେଷ୍ଟା କରିଥିଲେ । କିଛି ଏପରି କହି ଇନଷ୍ଟାଗ୍ରାମ ଭିଡିଓକୁ ସେ ବହୁଳମାତ୍ରାରେ ଶେୟାର କରିଥିଲେ ।

 

View this post on Instagram

 

Please help #uppolice

A post shared by Tripti Shankhdhar (@triptishankhdhar) on

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖିଛି । ଏପରିକି ତୃପ୍ତି ବି ଥାନାରେ ପହଂଚିଛନ୍ତି । ସିଟି ଏସ୍‌ପିଙ୍କ ଅନୁଯାୟୀ ଅଭିଯୋଗ ସତ ପ୍ରମାଣିତ ହେଲେ ତୃପ୍ତିଙ୍କ ବାପାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.