Latest Odisha News

BREAKING NEWS

[ଭିଡିଓ] ଅଯୋଧ୍ୟାରେ ରାମ ମନ୍ଦିର, ହିମାଚଳରେ ହନୁମାନଙ୍କ ଗଦା ପ୍ରହାର !

ହିମାଚଳ ପ୍ରଦେଶ: ସରିଛି ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ । ଏହି ଅବସରରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓଟି ହିମାଚଳ ପ୍ରଦେଶର ହୋଇଥିଲାବେଳେ ତାଜା ସ୍ଥିତିରେ ଏହା ଭାଇରାଲ୍ ହୋଇଛି ।

ଭିଡିଓରେ ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ ଅଛନ୍ତି । ଅନ୍ୟପଟେ ଆଉ ଜଣେ ବ୍ୟକ୍ତି ମଦ ନିଶାରେ ତାଙ୍କ ସହ ବାରମ୍ବାର ଦୁର୍ବ୍ୟବହାର କରିଚାଲିଛନ୍ତି । ହନୁମାନଙ୍କ ବେଶରେ ଥିବା ବ୍ୟକ୍ତି ବାରମ୍ବାର ତାଗିଦ କରିଥିଲେ । ହେଲେ ମଦ୍ୟପ ଜଣକ ତାଙ୍କ ପିଛା ଛାଡିନଥିଲା । ଶେଷରେ ହନୁମାନଙ୍କ ବେଶରେ ଥିବା ବ୍ୟକ୍ତି ଜଣକ ନିଜ ଧୌର୍ଯ୍ୟର ସୀମା ଡେଇଁ ମଦ୍ୟପ ବ୍ୟକ୍ତିଙ୍କ ଉପରେ କରିଥିଲେ ଗଦା ପ୍ରହାର ।

ଥରେ କି ଦୁଇଥର ନୁହେଁ ବାରମ୍ବାର ଗଦା ପ୍ରହାର କରି ସେ ହନୁମାନଙ୍କ ଚରିତ୍ରକୁ କ୍ଷୁର୍ଣ୍ଣ ହେବାଠାରୁ ରକ୍ଷା କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଅନେକ ଲୋକଙ୍କ ଆଗ୍ରହ ବଢିଥିଲାବେଳେ ଖୁବ କମ୍ ସମୟ ମଧ୍ୟରେ ଏହା ଭାଇରାଲ୍ ହୋଇଛି ।

Comments are closed.