ନୂଆଦିଲ୍ଲୀ: ଗାଡି ଚଲାଇବା ହେଉ ବା ପାର୍କିଂ, ସବୁଥିରେ ଟେକିନିକ୍ ଦରକାର । ବିଶେଷ କରି ବଡ ଗାଡି ପାଇଁ ବେଶି ସାବଧାନତା ଆବଶ୍ୟକ । କିନ୍ତୁ ଏଇ ଡ୍ରାଇଭରଙ୍କୁ ଦେଖ । କେତେ ଦକ୍ଷ ! ଗାଡ଼ି ଚଲାଇବାରେ ଏମିତି ତାଲିମ ହୋଇଛନ୍ତି ଯେ ଟ୍ରକରେ ନ ବସି ବି ଗାଡ଼ି ପାର୍କିଂ କରି ପାରୁଛନ୍ତି । ଟ୍ରକ ଡ୍ରାଇଭରଙ୍କର ଏଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି, ଟ୍ରକ ଡ୍ରାଇଭର ଟ୍ରକ ବାହାରେ ଠିଆ ହୋଇ କେବଳ ଷ୍ଟିଅରିଂ କୁ ନିୟନ୍ତ୍ରଣ କରି ଗାଡିକୁ ପାର୍କିଂ କରୁଛନ୍ତି । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ୫ ମିଲିୟନ ଲୋକ ଦେଖି ସାରିଛନ୍ତି । ମଜାଦାର କମେଣ୍ଟ ବି କରୁଛନ୍ତି ।
ଜଣେ ୟୁଜର କହିଛନ୍ତି କି, ଏହା ଦେଖିବାକୁ ଭଲ ଲାଗୁଛି କିନ୍ତୁ ନିଶ୍ଚିତ ରୂପରେ ଏହାକୁ ବ୍ୟବହାର କରିପାରିବା ନାହିଁ । ପାର୍କିଂ ଖାଲି ଥିବାରୁ ସେ ଏହା କରିଛନ୍ତି । ଅନ୍ୟ ଏକ ୟୁଜର କହିଛନ୍ତି, ଜଣେ ଟ୍ରକ ଚାଳକ ଭାବରେ ମୁଁ କହିବାକୁ ଚାହୁଁଛି କି, ଏହା କଠିନ କାମ ନୁହେଁ । ଟ୍ରକରେ କ୍ରିପ ମୋଡ ନାମକ ଏକ ଜିନିଷ ଥାଏ, ଯାହା କି ବ୍ୟାକ ଅପ୍ କରିବା ସମୟରେ ଟ୍ରକ ୩ ମିଲିମିଟର ପ୍ରତି ଘଣ୍ଟାରେ ଚାଲିଥାଏ ।
That man parallel parked a semi truck, without even being inside. The hype men crazy pic.twitter.com/wsUo5or3Tg
— Black (@unbothered___81) November 22, 2022
Comments are closed.