Latest Odisha News

BREAKING NEWS

ଏହି ୪ଟି ସମସ୍ୟାରୁ ମୁକ୍ତି ଦିଏ ଅଶ୍ୱଗନ୍ଧା ପାଉଡର

ଭୁବନେଶ୍ୱର: ଅଶ୍ୱଗନ୍ଧା ଏମିତି ଏକ ଆୟୁର୍ବେଦିକ ଜଡିବୁଟି ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପକ୍ଷେ ଲାଭଦାୟକ ରହିଥାଏ । ଗୁଣକାରୀ ଅଶ୍ୱଗନ୍ଧା ଶରୀରକୁ ବିଭିନ୍ନ ଲାଭ ଦେଇଥାଏ । ଅଶ୍ୱଗନ୍ଧାର ମୂଳକୁ ଗୁଣ୍ଡ କରି କ୍ଷୀର କିମ୍ୱା ପାଣିରେ ମିଶାଇ ସେବନ କରାଯାଇଥାଏ । ଆଜିକାଲି ବଜାରରେ ଅଶ୍ୱଗନ୍ଧାର ପାଇଡର ମିଳିଲାଣି । ଏହି ପାଉଡର ଖାଇବା ଦ୍ୱାରା ପେଟ  ସୁସ୍ଥ ରହିବା ସହ ନିଦ ଭଲ ହୋଇଥାଏ ।  ଆସନ୍ତୁ ଜାଣିବା ଅଶ୍ୱଗନ୍ଧା ସେବନ କଲେ କଣ ସବୁ ଲାଭ ମିଳିଥାଏ ।

• ପେଟ ସମସ୍ୟା ପାଇଁ ଅଶ୍ୱଗନ୍ଧା ଲାଭଦାୟକ ହୋଇଥାଏ । ଏହା ପାଚନ ପ୍ରକ୍ରିୟା ଜନିଜ ସମସ୍ୟା ଦୂର କରିବା ସହିତ ମେଟାବୋଲେଜିୟମକୁ ବଢାଇଥାଏ ।

• ମାସଂପେଶୀ ଏବଂ ହାଡକୁ ଶକ୍ତ କରିବା ପାଇଁ ଅଶ୍ୱଗନ୍ଧା ସେବନ କରିବା ଉଚିତ ।  ସେତିକି ନୁହେଁ ଏହାକୁ କ୍ଷୀର ସହିତ ସେବନ କଲେ ଶରୀର ମଜବୁତ ଓ ଷ୍ଟାମିନା ବଢିଥାଏ ।

• ଶୀତ ଦିନରେ  ଶରୀରରେ ଫୁଲିବା ସମସ୍ୟା ଦେଖାଯାଇଥାଏ । ଏପରି ପରିସ୍ଥିତିରେ ଅଶ୍ୱଗନ୍ଧା ପାଉଡର  ସେବନ କଲେ ଲାଭ ମିଳିଥାଏ । ଏହା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।

• ଶରୀରକୁ ସୁସ୍ଥ ରଖିବା ତଥା ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ ନିହାତି ଜରୁରୀ । ଯଦି ନିଦ ଆସୁ ନ ଥାଏ  ତେବେ ଅଶ୍ୱଗନ୍ଧା  ନିଦ୍ରାହିନତା ସମସ୍ୟା ଦୂର କରିଥାଏ  । ଏହା ସହ ଚିନ୍ତା,   ଉଦାସୀନତା ପରି ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳିଥାଏ ।

Leave A Reply

Your email address will not be published.