Latest Odisha News

ଶଶୂର ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବୋହୂ

କଟକ : ନ୍ୟାୟ ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ମହିଳା । ସ୍ବାମୀ ନଥିବା ସମୟରେ ଶଶୂର ଦେଉଥିଲା ନିର୍ଯାତନା । ବୋହୂକୁ ନିଜର କରିବାକୁ ଚଳାଇଥିଲା ପ୍ରୟାସ  । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଜଣେ ବୋହୂ । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମାଛୁଆତି ଗାଁର ସନାତନ ମହାରଣାଙ୍କ ପୁଅ ସୁଷେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବୈଦିକ ରୀତିରେ ୨୦୨୦ ଜୁଲାଇ ମାସ ୧୩ ତାରିଖରେ ବିବାହ କରିଥିଲେ । ହେଲେ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦେଇଥିବା ବୋହୂ ସସ୍ମିତା କହିଛନ୍ତି ।

ହେଲେ ପରବର୍ତ୍ତୀ ସମୟରେ ପୁନଃ ଯୌତୁକ ମାଗିବା ଆରମ୍ଭ କରିଥିଲେ । ଶଶୁର ସନାତନ ମହାରଣା ବୋହୁ ସସ୍ମିତାଙ୍କ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ତାଙ୍କ ଶଶୁରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋହୂ । କିନ୍ତୁ ସାଲେପୁର ପୋଲିସ ସସ୍ମିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ କିଛି ସ୍ଥାନୀୟ ମହିଳାଙ୍କ ସହ ସସ୍ମିତା ଶଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଥିବା ବେଳେ ଶଶୁର ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ  ।

 

 

Leave A Reply

Your email address will not be published.