ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ….’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର ବିସ୍ମୟ।
ଭିଡିଓକୁ ଦେଖିଲେ ଆପଣ ଚକିତ ହେଉଥିବେ। ଚାଳକଙ୍କ ବାଲାନ୍ସକୁ ପ୍ରଶଂସା ନକରି ରହିପାରୁନଥିବେ। ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ବାରମ୍ବାର ଦେଖୁଛନ୍ତି। ଟ୍ୱିଟରରେ ଜୈକି ଯାଦବ ନାମକ ବ୍ୟକ୍ତି ଭିଡିଓକୁ ସେୟାର କରିଛନ୍ତି। ସେ କ୍ୟାପସନ୍ ରେ ଲେଖିଛନ୍ତି, ‘ବିଶ୍ୱର ଜନସଂଖ୍ୟା ୮ଶହ କୋଟି ପହଞ୍ଚିଲାଣି, ଏହି ବ୍ୟକ୍ତିଜଣକ ନିଜ ଲକ୍ଷ୍ୟପଥରେ ପହଞ୍ଚିବାକୁ ଜୋରଦାର ପ୍ରୟାସ କରିଛନ୍ତି’।
आज दुनिया की आबादी 8 अरब हो गई, इस उपलब्धि को हासिल करने में ऐसे इंसानों को बहुत बड़ा योगदान रहा है? pic.twitter.com/Fiq62o0OiK
— Jaiky Yadav (@JaikyYadav16) November 15, 2022
୯ଜଣ ଶିଶୁଙ୍କୁ ଏକାଠି ବସାଇ ସାଇକେଲ ଚଲାଇବା ସହଜ ନୁହେଁ। ହେଲେ ସେ ତିନି ଜଣ ଶିଶୁଙ୍କୁ ପଛରେ ବସାଇଛନ୍ତି। ଜଣେ କାନ୍ଧକୁ ଧରି, ୨ଜଣ ୨ ବାହା ପାଖରେ ଛିଡା ହୋଇଛନ୍ତି। ଦୁଇ ଜଣ ଆଗରେ ବସିଥିବା ବେଳେ ଜଣେ ଶିଶୁ ତାଙ୍କ ଆଡକୁ ମୁହଁ କରି ବସିଛି। ଏହି କ୍ଲିପ୍ କୁ ୨ଲକ୍ଷରୁ ବେଶୀ ଭିଉଜ୍ କରିଛନ୍ତି ଓ ୭ହଜାରରୁ ବେଶୀ ଲାଇକ୍ କରିଛନ୍ତି।
Comments are closed.