Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି ।

ବିଶୋଇ ହାଟରେ ଘଟିଥିବା ଏହି ଘଟଣାକୁ ନେଇ ଦୁଇଟି କଥା ସାମ୍ନାକୁ ଆସିଛି । ପ୍ରଥମତଃ ମଂଜୁଲତା ସାହୁ ନାମକ ପୋଲିସ କନେଷ୍ଟବଳ ହାଣ୍ଡିଆ ବିକ୍ରୟ କରୁଥିବା ମହିଳା କାପୁରା ମାଣ୍ଡ୍ରିଙ୍କୁ ବଟି ସ୍ୱରୂପ ଟଙ୍କା ମାଗିଥିଲେ । ଏଥିରେ କାପୁରା ରାଜି ହୋଇନଥିଲେ । ନ ହେବାକୁ ଘଟିଥିଲା ଏଭଳି ଘଟଣା । ଫଳରେ କଥା କଟାକଟି ହେବା ପରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ମାଡପିଟ୍ । ଏଥିରେ ଅନ୍ୟ ଜଣେ ମହିଳା ବି ତାଙ୍କୁ ସାଥ ଦେଇଥିଲେ ।

ଅନ୍ୟପଟେ ଆଦିବିସୀ ମହିଳା ଜଣକ ହାଣ୍ଡିଆ ସହ ଦେଶୀ ମଦ ବିକ୍ରୟ କରୁଥିବାରୁ ମହିଳା କନେଷ୍ଟବଳ ଜଣକ ତାଙ୍କୁ ଥାନାକୁ ଡାକିଥିଲେ । ହେଲେ କାପୁରା ଥାନାକୁ ନ ଯାଇ ମାଡପିଟ କରିଥିବା ଅଭିଯୋଗ ହୋଇଛି । ଏହି ଦୁଇଟି ଖବରରେ କେତେ ସତ୍ୟତା ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି ।

ଅନ୍ୟପଟେ ଆଖି ସାମ୍ନାରେ ଏଭଳି ଘଟଣା ଘଟୁଥିଲେ ବି ଛିଡା ହୋଇଥିବା ଅନ୍ୟ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ଦେଖଣାହାରୀ ପାଲଟିଥିଲେ । ତେବେ ମହିଳା ପୋଲିସ କନେଷ୍ଟବଳ ଜଣକ ମଧ୍ୟ ହାର ମାନିନଥିଲେ । ଏକାକି ଦୁଇଦୁଇ ଜଣ ମହିଳାଙ୍କୁ ସେ ସାମ୍ନା କରିଥିଲେ । ଏପରିକି ମାଡ ମାରି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ଦୁଇଜଣ ମହିଳାଙ୍କୁ ସେ କାବୁ କରିଥିଲେ । ଏହି ମାମଲାରେ ଦୁଇ ଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି ।

Comments are closed.