Latest Odisha News

BREAKING NEWS

ଘର ସହ ଜଳି ଯାଉଥିଲେ ମା’-ଝିଅ: ଦେଖୁଥିଲେ ପୋଲିସ, ଅଫିସର

କାନପୁର: ସାମ୍ନାରେ ଥିଲେ ପୁରା ପୋଲିସ ଫୋର୍ସ ଆଉ ପ୍ରଶାସନିକ ଅଧିକାରୀ । ଥୁଆ ହୋଇଥିଲା ବୁଲଡୋଜର । ଝୁପୁଡି ଘର ଭିତରେ ଥିଲେ ମା’ ଆଉ ଝିଅ । ସମସ୍ତଙ୍କ ସାମ୍ନାରେ ଝୁପୁଡି ଜଳୁଥିଲା ଆଉା ତା ଭିତରେ ଜଳି ଯାଉଥିଲେ ମା-ଝିଅ । ତାଙ୍କର କରୁଣ ଚିତ୍କାର ସମସ୍ତେ ଶୁଣୁଥିଲେ, ହେଲେ କେହି ଆଗେଇ ଆସି ନ ଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କାନପୁର ତହସିଲର ମଡୌଲି ପଞ୍ଚାୟତ ଚାହଲା ଗାଁରେ   ।

ଏହି ଗାଁର କିଛି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ । ବୁଲଡୋଜର ବି ଥୁଆ ହୋଇଥିଲା । ବୁଲଡୋଜର ଘର ଉଚ୍ଛେଦ କରିବା ଆରମ୍ଭ କରିବା କ୍ଷଣି ଝୁପୁଡି ଘର ଭିତରେ ପଶି ଯାଇ କବାଟ ବନ୍ଦ କରି ଦେଇଥିଲେ ମା’ ପ୍ରମିଳା ଏବଂ ଝିଅ ଶିବା । ହେଲେ ବୁଲଡୋଜର ଅଟକି ନ ଥିଲା । ଘର ଛାତ ଉପାଡି ଆଣିଥିଲା । ଏହି ସମୟରେ କିଛି ନିଆଁ ଝୁଲ ପଡି ଯାଇଥିଲା । ବନ୍ଦ ଘର ଭିତରେ ମା’ ଝିଅ ଜଳି ଯାଉଥିଲେ । ଗେଟ ବାହାରେ ପୋଲିସ ଦଳବଳ ଧରି ଛିଡା ହୋଇଥିଲା ।  ତାଙ୍କ ଚିତ୍କାର ଶୁଣି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ବାପା । ହେଲେ ବିଫଳ ହୋଇଥିଲେ ।

ଏହି ଘଟଣା ପରେ ଉତ୍ତେଜିତ ଲୋକେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଲୋକଙ୍କ କ୍ରୋଧ ଦେଖି ଅନ୍ୟ ଅଫିସରମାନେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ପରେ ଉତ୍ତେଜିତ ଜନତା ଏସଡିଏମ, ରୁରା ଇନ୍ସପେକ୍ଟର, ତହସିଲଦାର ଏବଂ ଲେଖପାଳ ସମେତ ଗାଁର ୧୦  ଜଣ ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଦାବିରେ ଅଡି ବସିଥିଲେ । ଶବକୁ ବି ଛାଡି ନ ଥିଲେ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ କେହି ଶୁଣି ନ ଥିଲେ । ପରିବାର ଲୋକେ ସରକାରୀ ଚାକିରୀ, ଦୁଇ ପୁଅଙ୍କ ପାଇଁ ଘର ଯୋଗାଇ ଦେବା ଦାବିରେ ଅଡି ବସିଥିଲେ ।

ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଭିଡିଓରେ ଦେଖିବାକୁ ମିଳିଛି, ପ୍ରମିଳା ଏବଂ ଶିବା  ଘର ଭିତରେ ଅଛନ୍ତି, ଠିକଠାକ ଅଛନ୍ତି ।  ଘର ସାମ୍ନାରେ ଛିଡା ହୋଇଛନ୍ତି  ପୋଲିସ ଓ ପ୍ରଶାସନିକ ଅଧିକାରୀ । କିଛି ସମୟ ପରେ ସମସ୍ତଙ୍କ ସାମ୍ନାରେ ଘର ସହ ମା ଝିଅ ଜଳି ଯାଉଛନ୍ତି ।

ପ୍ରଥମେ ନିଆଁ ଘରର ଚାଳରେ ଲାଗିଥିବା ଦେଖିବାକୁ ମିଳୁଛି । ସେତେବେଳେ ବି ସେମାନେ ଠିକ ଥିଲେ । ଝୁପୁଡି ପଛପଟେ ବି ବାହାରକୁ ଯିବାର ରାସ୍ତା ଥିବା ଦେଖିବାକୁ ମିଳିଛି । ତେବେ ପ୍ରଶ୍ନ ଉଠୁଛି, ପୋଲିସ ଚାହିଁଥିଲେ ମା-ଝିଅଙ୍କୁ ବେଶ ସହଜରେ ଉଦ୍ଧାର କରିପାରିଥାନ୍ତା । କିନ୍ତୁ କଲାନି କାହିଁକି ?

Leave A Reply

Your email address will not be published.