Latest Odisha News

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା

ଭୁବନେଶ୍ବର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ, ଦର୍ଶନ ସ୍ନାତକୋତ୍ତର ବିଭାଗ ତଥା ଉତ୍କଲ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବାଣୀବିହାର ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକୃତା  ଅନୁଷ୍ଠିତ ହୋଇଯାଇଛି।

କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଲୋଚକ ବେଣୁଧର ପାଢ଼ୀ ସ୍ମାରକୀ ବକ୍ତୃତା ପ୍ରଦାନ କରି କୃଷ୍ଣ ପ୍ରସାଦଙ୍କ ସ୍ମୃତି ଚାରଣ କରିଥିଲେ। ମୃଗତୃଷ୍ନା , ସିଂହକାଟି ଓ ନେପଥ୍ୟେ ଆଦି ତିନୋଟି ଉପନ୍ୟାସ ମାଧ୍ୟମରେ ପ୍ରଫେସର ମିଶ୍ର ସେହି ସମୟରେ କଥାବସ୍ତୁକୁ ଯଥାର୍ଥ ଭାବରେ ପ୍ରତିପାଦିତ କରିଥିଲେ ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ।
ଓଡ଼ିଆ ସାହିତ୍ୟରେ ବୌଦ୍ଧିକ ଉପନ୍ୟାସ ରଚନା କରିବାରେ ଯେଉଁମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପ୍ରଫେସର ମିଶ୍ର ଅନ୍ୟତମ ଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ତାଙ୍କ ସହ ସରୋଜକାନ୍ତ କର କୃଷ୍ଣ ପ୍ରସାଦଙ୍କ ଦାର୍ଶନିକ ବିଚାରଧାରାରେ ଅଧିକ ଚର୍ଚ୍ଚା ହେବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ କୃଷ୍ଣ ପ୍ରସାଦଙ୍କ ପୁତ୍ର ସିଦ୍ଧାର୍ଥ ମିଶ୍ର, ପ୍ରତାପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିରାଜ ମୋହନ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭାଗର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବହୁ ବରିଷ୍ଠ ସାହିତ୍ୟିକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.