ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ ଭାଙ୍ଗିଥିବା ସୂଚନା ମିଳିଛି ।
Aldi in Stevenage this afternoon.. ? pic.twitter.com/qGWkPCGbo7
— Peacsy (@Peacsy3) November 25, 2020
ବୁଧବାର ଇଂଲଣ୍ଡର ଷ୍ଟିଭେନେଜରେ ଥିବା ଅଲ୍ଡି ସୁପର୍ ମାର୍କେଟରେ ଏଭଳି ଘଟଣା ଘଟିଥିଲା । ଯେଉଁଠି ମହିଳା ଜଣକ ଅନାୟସରେ ଗୋଟିଏ ପରେ ଗୋଟିଏ ମଦ ବୋତଲ ଭାଙ୍ଗି ଚାଲିଥିଲେ । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଥିଲାବେଳେ ଲୋକେ ଏଭଳି ଦୃଶ୍ୟ ଦେଖି ତାଜୁବ ହୋଇଥିଲେ । ପରେ ସୁପର୍ ମାର୍କେଟରେ ମ୍ୟାନେଜର ପୋଲିସକୁ ଫୋନ୍ କରିବା ପରେ ମହିଳା ଜଣକ ଗିରଫ ହୋଇଥିଲେ । ତେବେ ମହିଳା ଜଣକ ଏପରି କାହିଁକି କରିଥିଲେ, ତାହା ଏବେ ବି ଅସ୍ପଷ୍ଟ ରହିଛି ।
Comments are closed.