Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ବିରାଟ ଓ ଅନୁଷ୍କା, ମିଳିଲା ନିମନ୍ତ୍ରଣ ପତ୍ର 

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ପତ୍ନୀ ଅନୁଷ୍କା। କ୍ରିକେଟର ବିରାଟ କୋହଲି ଓ ଅନୁଷ୍କାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ସହିତ ନଜର ଆସିଛନ୍ତି।

ଏହାପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ପାଇଁ ନିମନ୍ତ୍ରଣ ମିଳିଥିଲା।

ସୂଚନାଯୋଗ୍ୟ,୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ।ଭଗବାନ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ସହର ଚଳଚଞ୍ଚଳ । ସବୁଠି ଦେଖିବା ପାଇଁ ମିଳିଛି ଉତ୍ସାହର ମାହୋଲ । ଚାରିଆଡେ ଶୁଭୁଛି କେବଳ ରାମ ନାମ । ଆସନ୍ତା ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବା ପାଇଁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

 

Leave A Reply

Your email address will not be published.