Latest Odisha News

BREAKING NEWS

ପୁଅ-ଝିଅଙ୍କୁ ଧରି କୂଅକୁ ଡେଇଁଥିବା ମହିଳାଙ୍କୁ ୮ବର୍ଷ ଜେଲ୍, ଆତ୍ମହତ୍ୟା ପାଇଁ ଉସକାଇଥିବା ସ୍ୱାମୀଙ୍କୁ ୫ ବର୍ଷ କାରାଦଣ୍ଡ

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ କୂଅକୁ ଠେଲି ନିଜେ କୁଅ କୁ ଡେଇଁବା ଘଟଣାରେ ମହିଳାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ । ଏହାସହ ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ମଧ୍ୟ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ ।

ପତ୍ନୀ ଏମ୍. ଭାଗ୍ୟଲକ୍ଷ୍ମୀ ପାତ୍ର ଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ସ୍ୱାମୀ ଏମ.ରାଜେଶ ପାତ୍ର । ଘଟଣାରେ ଶିଶୁପୁତ୍ର ଓ କନ୍ୟାଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଏମ୍. ଭାଗ୍ୟଲକ୍ଷ୍ମୀ ଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ୱାମୀ ଏମ.ରାଜେଶ ଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ମୁତାବକ, ସ୍ବାମୀଙ୍କ ପରକୀୟା ପ୍ରୀତି କୁ ନେଇ ସବୁବେଳେ, ଝଗଡା ଚାଲିଥିଲା ଦମ୍ପତ୍ତିଙ୍କ ଭିତରେ । ଯେଉଁଥିରେ ଅତିଷ୍ଠ ହୋଇ ଏମ୍. ଭାଗ୍ୟଲକ୍ଷ୍ମୀ ନିଜ ଶିଶୁ ପୁତ୍ର ଏବଂ କନ୍ୟାକୁ କୂଅକୁ ଠେଲି ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଆଉ ତାଙ୍କୁ ଏଥିପାଇଁ ସ୍ବାମୀ ଏମ୍. ରାଜେଶ ସ୍ତ୍ରୀଙ୍କୁ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇଥିଲେ ।

Leave A Reply

Your email address will not be published.