ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ ବିରାଟଙ୍କର ରହିଛନ୍ତି ସର୍ବାଧିକ ୫୦ ମିଲିୟନ ଫଲୋର୍ସ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଛରେ ଛାଡି ଆଗେଇ ଯାଇଛନ୍ତି କିଙ୍ଗ କୋହଲି ।
ଭାରତୀୟ ୟୁଜର୍ସଙ୍କ ମଧ୍ୟରେ ବିରାଯ କୋହଲୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ୪୯.୯ ମିଲିୟନ ଫଲୋର୍ସ ରହିଛନ୍ତି। ସେହିଭଳି ତୃତୀୟ ସ୍ଥାନରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ରହିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୪.୧ ମିଲିୟନ ଫଲୋର୍ସ ରହିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନଷ୍ଟାଗ୍ରାମରେ ୧୭.୫ ମିଲିୟନ ଫଲୋର୍ସ ରହିଛନ୍ତି।
Comments are closed.