Latest Odisha News

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ତାଙ୍କ ଶତକୀୟ ଇନିଂସକୁ ବିରାଟ ଶ୍ରେଷ୍ଠ କହିଛନ୍ତି ।

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଜିଙ୍କ୍ୟଙ୍କ ପ୍ରଦର୍ଶନକୁ ନେଇ କୋହଲି ଭୁରିଭୁରି ପ୍ରଶଂସା କରିଛନ୍ତି । ଯାହାକୁ ସେ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛନ୍ତି । ସେହିଭଳି ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନରେ ଆଉଟ୍ କରିବା ପରେ କୋହଲି ବୋଲରଙ୍କୁ ପ୍ରଶଂସା କରିଥିଲେ ।

ତେବେ ରାହାଣେଙ୍କୁ କେବଳ କୋହଲି ନୁହେଁ ବରଂ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଧୁଆଁଧାର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ବି ଏକ ଟୁଇଟ୍ ଜରିଆରେ ତାରିଫ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ରାହାଣେ ୧୦୪ ରନ୍ ଓ ରବୀନ୍ଦ୍ର ଜାଡେଜା ୪୦ ରନ୍ କରି କରିଜରେ ରହିଥିଲେ । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୮୨ ରନରେ ଅଗ୍ରଣୀ ହାସଲ ରହିଛି ।

Comments are closed.