Latest Odisha News

BREAKING NEWS

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ ।

ଚଳିତବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶକ ମ୍ରିଗ୍‌ଦୀପ ଲାମ୍ବା ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ସହ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସୋସିଆଲ ମିଡିଆରେ ଜଣାଇଥିଲେ । ଏହା ପରଠୁ ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ପ୍ରସ୍ତୁତି ଜାରି ରହିଛି ।

ଫୁକ୍‌ରେ ଭଳି ଫିଲ୍ମ ପ୍ରଥମଥର ପାଇଁ ଏକ ୟୁନିକ କମେଡି ଥିମ ନେଇ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । କେବଳ ୪ଜଣ ପ୍ରମୁଖ ଅଭିନେତା ନୁହେଁ ବରଂ ରିଚା ଚଢାଙ୍କ ଭୋଲି ପଂଜାବନ କିର୍ଦାର ଓ ପଙ୍କଜ ତ୍ରିପାଠୀଙ୍କ ପଣ୍ଡିତଜୀ ଚରିତ୍ର ବି ଦର୍ଶକଙ୍କ ନିକଟରେ ଖୁବ ଲୋକପ୍ରିୟ ହୋଇଥିଲା । ଏବେ ଦେଖିବାକୁ ବାକି ରହିଲା ପ୍ରଥମ ଦୁଇଟି ପ୍ରିକ୍ୱେଲ୍ ପାର୍ଟ ଭଳି ଏହାର ତୃତୀୟ ସିକ୍ୱେଲ୍ ପାର୍ଟ କେତେଦୂର ଦର୍ଶକଙ୍କୁ ପସନ୍ଦ ଆସୁଛି ।

Leave A Reply

Your email address will not be published.