Latest Odisha News

BREAKING NEWS

ଆଶ୍ଚର୍ଯ୍ୟ, ସ୍ତବ୍ଧ ଓ ଆବାକ କରିଦେଲେ କୋହଲି

ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚମତ୍କାର ଢ଼ଙ୍ଗରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ବିଜୟର ହୀରୋ ସାଜିଥିଲେ କିଙ୍ଗ କୋହଲି । କିଛି ଦିନ ତଳେ ତାଙ୍କୁ ବିଶ୍ୱକପ ଦଳରେ ନେବା ଉଚିତ ହେବ କି ନାହିଁ ଆଲୋଚନା ହେଉଥିଲା । ସମସ୍ତ ସମାଲୋଚକଙ୍କୁ ନୀରବ କରି ଦେଇଛନ୍ତି କିଙ୍ଗ କୋହଲି । ୫୩ ବଲରେ ଅପରାଜିତ ୮୨ ରନ କରି କୋହଲି ଭାରତକୁ ଦେଇଛନ୍ତି ଦୀପାବଳି ଭେଟି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଗଦାନକୁ ଅଣଦେଖା କରି ହେବ ନାହିଁ । ପାକିସ୍ତାନ ଦେଇଥିବା ୧୬୦ ରନର ଲକ୍ଷ୍ୟକୁ ଭାରତ ଶେଷ ବଲରେ ଜିତିଥିଲା । ମ୍ୟାଚ ପରେ କୋହଲି କହିଥିଲେ ଏହା ମୋ ଜୀବନର ଶ୍ରେଷ୍ଠ ଇନିଂସ ମଧ୍ୟରୁ ଗୋଟିଏ ହେବ । ଶାହୀନ ଆଫ୍ରିଦୀ ଯେତେବେଳେ ପ୍ୟାଭିଲିୟନ ଏଣ୍ଡରୁ ବୋଲିଂ କରିବାକୁ ଆସିଲେ ହାର୍ଦ୍ଦିକଙ୍କୁ କୋହଲି କହିଥିଲେ ଏହି ଓଭରରେ ବଡ ସ୍କୋର କରିବାକୁ ହେବ । ତାହା ବି ହେଲା । ଯାହା ଭାରତ ବିଜୟର ବାଟ ଫିଟାଇଥିଲା । ମୋହାଲୀରେ ମୁଁ ମୋ ଜୀବନର ଶ୍ରେଷ୍ଠ ଇନିଂସ ଖେଳିଥିଲେ । ଏବେ କିନ୍ତୁ ଏହି ମ୍ୟାଚକୁ ତାଠାରୁ ଉପରେ ରଖିବି ।

ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ ପରେ ଭାବ ବିହ୍ୱଳ ହୋଇ ଯାଇଥିଲେ । ସେ ତାଙ୍କ ବାପାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ । ରୋହିତଙ୍କୁ ଜାବୁଡି ଧରି ସେ କହିଥିଲେ ବାପା ଥିଲେ କେତେ ଖୁସି ହୋଇଥାନ୍ତେ….. । କୋହଲି ନୱାଜଙ୍କ ଓଭରରେ ମାରିଥିଲେ ୨ଟି ଛକା । ଏହା ମୋ ଜୀବନର ଶ୍ରେଷ୍ଠ ଛକା ଥିଲା ବୋଲି ହାର୍ଦ୍ଦିକ କହିଛନ୍ତି । ମ୍ୟାଚ ଜିତିବା ପରେ ମୋ ପାଖରେ ଶବ୍ଦ ନ ଥିଲା । ବିରାଟ-ହାର୍ଦ୍ଦିକ ଯାହା କଲେ ତାହା ସ୍ମରଣୀୟ ହୋଇଗଲା ବୋଲି ରୋହିତ କହିଛନ୍ତ ।

Leave A Reply

Your email address will not be published.