Latest Odisha News

BREAKING NEWS

ଶେଷ ଓଭରରେ ମ୍ୟାଚ୍ ଜିତାଇଲେ କୋହଲି, ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳୀୟ ସ୍କୋର ୩୧ ରନ୍ ଥିବାବେଳେ ୪ ୱିକେଟ୍ ଖସିଥିଲା । ଯାହାକୁ ନେଇ ଟିମ୍ ଚାପରେ ରୋହିଥିଲା । ବିରାଟ କୋହଲି ୫୩ ବଲରେ ବିସ୍ଫୋରକ ୮୨ ରନ୍ କରି ଭାରତକୁ ଶେଷ ଓଭରରେ ବିଜୟୀ କରି ଦୀପାବଳି ଭେଟ୍ ଦେଇଛନ୍ତି । ଭାରତ ପକ୍ଷରୁ ବିରାଟଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪୦ ରନ୍ କରିଛନ୍ତି ।

ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ବିଜୟ ସହ ଗତବର୍ଷ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ପ୍ରାରମ୍ବିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ଭାରତ ମାତ୍ର ୩୧ ରନରେ ଅଧିନାୟକ ରୋହିତ ଶର୍ମା, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଓ ଅକ୍ଷର ପଟେଲଙ୍କ ୱିକେଟ୍ ହରାଇ ଚାପରେ ଥିଲା ।

ପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗିଦାରୀ ଦଳକୁ ଜିତାଇବାରେ ସକ୍ଷମ ହୋଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମଥର କୌଣସି ବିଶ୍ୱକପ୍ ଖେଳିଛି । ୧୫ ବର୍ଷ ଧରି ବିଶ୍ୱକପ୍ ବିଜୟୀ ହୋଇନଥିବା ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇ ଗତବର୍ଷ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ।

Leave A Reply

Your email address will not be published.