Latest Odisha News

BREAKING NEWS

ଆସନ୍ତୁ ଜାଣିବା ଡି’ଭିଲର୍ସଙ୍କୁ କାହିଁକି କୋହଲି ବିସ୍କୁଟ ଡାକନ୍ତି

ଦୁବାଇ: ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ତେବେ କୋହଲି ତାଙ୍କ ବନ୍ଧୁଙ୍କୁ କାହିଁକି ବିସ୍କୁଟ ଡାକନ୍ତି ଆସନ୍ତୁ ଜାଣିବା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ସହିତ ଡି’ଭିଲର୍ସ ଯୋଡି ହେବା ପରେ ଉଭୟଙ୍କ ବନ୍ଧୁତା ବଢ଼ିଥିଲା । ଦକ୍ଷିଣ ଆଫ୍ରିକାରେ ଯିଏ ଯାହାକୁ ବେଶୀ ଭଲ ପାଏ କିମ୍ବା ସ୍ନେହ କରେ ତାଙ୍କୁ ବିସ୍କୁଟ ଡାକିଥାଏ ।

ଏହା ଜାଣିବା ପରେ କୋହଲି ତାଙ୍କ ବନ୍ଧୁଙ୍କୁ ବିସ୍କୁଟ ଡାକିବା ଆରମ୍ଭ କରିଥିଲେ । ୨୦୧୧ ପରଠାରୁ ଉଭୟ ବାଙ୍ଗାଲୋର ଟିମ୍ ସହିତ ଏକତ୍ର ରହିଛନ୍ତି । ଚଳିତ ସଂସ୍କରଣରେ ମଧ୍ୟ ଡି’ଭିଲର୍ସ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୩ ମ୍ୟାଚରେ ୧୩୪ ରନ ସଂଗ୍ରହ କରି ସାରିଛନ୍ତି ।

Leave A Reply

Your email address will not be published.