ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଇଂଲଣ୍ଡ ଗସ୍ତରେ ଏ ପର୍ଯ୍ୟନ୍ତ କୋହଲି ୧୧, ୨୦, ୧, ୧୧ ଓ ୧୬ ରନ କରିଛନ୍ତି । ପ୍ରଶଂସକମାନେ ତାଙ୍କ ଫର୍ମକୁ ଫେରିବା ପାଇଁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଇନଷ୍ଟାଗ୍ରାମରେ କୋହଲି ଏକ ପକ୍ଷୀର ଡେଣା ତଳେ ବସିଛନ୍ତି । ଡେଣା ଉପରେ ଲେଖା ହୋଇଛି କଣ ହେବ ଯଦି ମୁଁ ଖସି ପଡିବି…ଓହଃ । ମାତ୍ର ମୋର ପ୍ରିୟ କଣ ହେବ ଯଦି ତୁମେ ଉଡିଯିବ । ଏହା ତଳେ ସେ ଲେଖିଛନ୍ତି ପରିପ୍ରେକ୍ଷ୍ୟ । କୋହଲି ଏହି ମେସେଜ ମାଧ୍ୟମରେ ପରୋକ୍ଷରେ ତାଙ୍କ କ୍ରିକେଟ କ୍ୟାରିୟର ନେଇ ପ୍ରଶ୍ନ ଉଠାଇଛନ୍ତି ।
Perspective pic.twitter.com/yrNZ9NVePf
— Virat Kohli (@imVkohli) July 16, 2022
ଇଂଲଣ୍ଡର ମହାନ ଖେଳାଳି କେଭିନ ପିଟରସନ ଲେଖିଛନ୍ତି ଆପଣ କ୍ରିକେଟ ଖେଳିବା ଜାରୀ ରଖନ୍ତୁ । ଯେଉଁଠାରେ ଆପଣ ପଂହଚିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ସଦୃଶ । ପିଟରସନଙ୍କ ବ୍ୟତୀତ ସୁନୀଲ ସେଟ୍ଟୀ, ଅନୁଷ୍କା ଶର୍ମା ଓ ଅନେକ ବରିଷ୍ଠ ବ୍ୟକ୍ତି ତାଙ୍କ ସପକ୍ଷରେ ମେସେଜ ଦେଇଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ରବିବାର ନିର୍ଣ୍ଣାୟକ ମୁକାବିଲାରେ ପ୍ରଶଂସକ ଏବଂ ଟିମ ଇଣ୍ଡିଆ ତାଙ୍କଠାରୁ ଏକ ଭଲ ଇନିଂସ ଆଶା କରୁଛନ୍ତି ।
Comments are closed.