Latest Odisha News

BREAKING NEWS

ଟି୨୦ ଡନ କିଏ ? ରୋହିତ ନାଁ କୋହଲି..

ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିଶ୍ଚିତ ଭାବେ ଏହି ବିଶ୍ୱକପରେ ଭାରତର ଦୁଇ ଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରେ କିଏ ହେବ ଟି୨୦ର ଡନ ? ପ୍ରଦର୍ଶନ ବିଚାରକୁ ନେଲେ କେହି କାହାଠାରୁ କମ ନୁହନ୍ତି । ଉଭୟ ଫର୍ମକୁ ଫେରିଛନ୍ତି ଆଉ ଏହା ନୀରବି ଯାଇଥିବା ପ୍ରଶଂସକଙ୍କୁ ଉତ୍ସାହ ଯୋଗାଇଛି । ଆସନ୍ତୁ କୋହଲି ଏବଂ ରୋହିତଙ୍କ ଟି୨୦ ପ୍ରଦର୍ଶନ ଉପରେ ନଜର ପକାଇବା । ୨୦୨୨ କଥା ବିଚାରକୁ ନେଲେ ଖରାପ ଫର୍ମରେ ଥିବା ସତ୍ୱେ କୋହଲି ଆଗରେ ଅଛନ୍ତି । ସେ ୯ ମ୍ୟାଚରେ ୩୫୭ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଅପରପକ୍ଷରେ ରୋହିତ ୧୭ ମ୍ୟାଚରେ ୪୨୩ ରନ କରିଛନ୍ତି । ସେ କେବଳ ୨ଟି ଅର୍ଦ୍ଧଶତକ ମାରିଛନ୍ତି । ଷ୍ଟ୍ରାଇକ ରେଟରେ ରୋହିତ ପୂର୍ବତନ ଅଧିନାୟକଙ୍କଠାରୁ ସାମାନ୍ୟ ଆଗରେ ରହିଛନ୍ତି ।

ଏଥର ୨୦୦୭ରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରଦର୍ଶନ ଉପରେ ଆଖି ପକାଇବା । ସେହିପରି ୨୦୦୭ରୁ ଆଜି ପର୍ଯ୍ୟନ୍ତ କୋହଲି ୩୩ରୁ ଊର୍ଦ୍ଧ୍ୱ ଥର ୫୦ରୁ ଅଧିକ ରନ ସଂଗ୍ରହ କରିଥିବା ବେଳେ ରୋହିତ ୩୨ ଥର ଏହା ହାସଲ କରିଛନ୍ତି । ଓଭରାଲ ରୋହିତ ୧୩୬ ଟି୨୦ ମ୍ୟାଚ ଖେଳି ୩୨.୩୨ ଆଭରେଜରେ ୩୬୨୦ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୮ ଅର୍ଦ୍ଧଶତକ ସାମିଲ । ସେ ୮ ଥର ଶୂନ୍ୟରେ ଆଉଟ ହୋଇଥିବା ବେଳେ ୧୬ ଥର ନଟଆଉଟ ରହିଛନ୍ତି । ସେହିପରି କୋହଲି ୧୦୪ ଟି୨୦ ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ୫୧.୯୪ ଆଭରେଜରେ ୩୫୮୪ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୨ ଅର୍ଦ୍ଧଶତକ ସାମିଲ । ସେ ୪ଥର ଶୂନରେ ଆଉଟ ହୋଇଥିବା ବେଳେ ୨୭ଥର ନଟଆଉଟ ରହିଛନ୍ତି । ଏହି ୨ ଟି୨୦ ମହାରଥୀଙ୍କ ମଧୁର ପ୍ରତିଦ୍ୱନ୍ଦିତା ବଳରେ ଭାରତ ଟି୨୦ ବିଶ୍ୱକପ ପୁନର୍ବାର ହାସଲ କରୁ ଏହା ପ୍ରଶଂସକମାନେ ନିଶ୍ଚିତ ଭାବେ ଚାହିଁବେ ।

Leave A Reply

Your email address will not be published.