Latest Odisha News

BREAKING NEWS

ଫେବୃଆରୀ ୧୮ରେ ଭୁବନେଶ୍ୱର ଆସୁଛନ୍ତି ବୀରେନ୍ଦ୍ର ସେହୱାଗ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୮ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସେହୱାଗ ଭୁବନେଶ୍ୱର ଗସ୍ତରେ ଆସି ଜଟଣୀ ନିକଟରେ ଥିବା ଏକ ଘରୋଇ ସ୍କୁଲର ଖେଳ ପଡିଆକୁ ଉଦଘାଟନ କରିବେ ।

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ସେହୱାଗ ନିଜ କ୍ୟାରିୟରର ପ୍ରଥମ ଏକ ଦିବସୀୟ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ । ପରେ ୨୦୦୧ ମସିହାରେ ଭାରତୀୟ ଟେଷ୍ଟ ଟିମରେ ସାମିଲ ହୋଇଥିଲେ । ୨୦୦୮ ମସିହାରେ ନିଜ ପ୍ରଦର୍ଶନ ଲାଗି ସେ ୱିସଡନ୍ ଲିଡିଂ କ୍ରିକେଟର ରୂପେ ସମ୍ମାନିତ ହୋଇଥିଲେ ଏବଂ ସେ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଥିଲେ ।

Leave A Reply

Your email address will not be published.