Latest Odisha News

ସିଙ୍ଗାପୁର ଭାଇରସ୍‌ ଭାରତରେ ତୃତୀୟ ତରଙ୍ଗ ହୋଇପାରେ; କେନ୍ଦ୍ରକୁ କେଜ୍ରିୱାଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ସିଙ୍ଗାପୁରରେ ଚିହ୍ନଟ ହୋଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ଏହା ଭାରତରେ ତୃତୀୟ ତରଙ୍ଗ ହୋଇପାରେ ବୋଲି  ସେ କହିଛନ୍ତି।

ଏହି ଭୂତାଣୁ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କୁ ସିଙ୍ଗାପୁର ସହିତ ବିମାନ ସେବାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି ସିଏମ୍‌ କେଜ୍ରିୱାଲ୍‌। ଏହାଛଡ଼ା ପିଲାମାନଙ୍କ ଟିକାକରଣ ଅଭିଯାନକୁ ଅଧିକ ପ୍ରାଥମିକତା ଦେବାକୁ ମଧ୍ୟ ସେ କହିଛନ୍ତି।

“ସିଙ୍ଗାପୁରରୁ ଆସିଥିବା କରୋନା ର ନୂଆ ରୂପ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି, ଭାରତରେ ଏହା ତୃତୀୟ ତରଙ୍ଗ ଭାବରେ ଆସିପାରେ। କେନ୍ଦ୍ର ସରକାରଙ୍କୁ ମୋର ନିବେଦନ ହେଉଛି ସିଙ୍ଗାପୁର ସହିତ ବିମାନ ସେବା ତୁରନ୍ତ ବାତିଲ କରାଯାଉ। ଶୀଘ୍ର ପିଲାମାନଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

Comments are closed.