ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ
ଏହି ଟ୍ରେନ ସମ୍ପ୍ରସାରଣର ନିୟମିତ ସେବା ବିଶାଖାପାଟନମ୍ ଠାରୁ ୨୭ ଡିସେମ୍ବର, ୨୦୨୩ଠାରୁ ଏବଂ ଭବାନୀପାଟଣାରୁ ୨୮ ଡିସେମ୍ବର, ୨୦୨୩ଠାରୁ ଚଳାଚଳ କରିବ | ଉଭୟ ପାର୍ଶ୍ୱରୁ ବିଶାଖାପାଟନମ୍ ଏବଂ ରାୟଗଡା ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ |
ଭୁବନେଶ୍ଵର: ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଟ୍ରେନ । ୦୮୫୦୪/୦୮୫୦୩ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲକୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି |
୦୮୫୦୪ ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ସ୍ପେଶାଲ୍ ରାୟଗଡା ଠାରେ ଏହାର ନିର୍ଧାରିତ ସମୟ ରାତ୍ରି ୧୦ ଘଟିକା ସମୟରେ ପହଞ୍ଚିବା ପରେ ଏହା ରାତ୍ରି ୧୦ଘ.୦୫ମି.ରେ ଭବାନୀପାଟଣା ଅଭିମୁଖେ ଯାତ୍ରା କରିବ ଏବଂ ଏହା ରାତ୍ରି ୧୨ଘ.୪୫ମି.ରେ ଭବାନୀପାଟଣାରେ ପହଞ୍ଚିବ |
ଫେରିବା ମାର୍ଗରେ, ୦୮୫୦୩ ଭବାନୀପାଟଣା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣାରୁ ରାତ୍ରି ୦୧ଘ.୧୫ମି.ରେ ଛାଡି ଭୋର ୦୫ଘ.୩୫ମି.ରେ ରାୟଗଡାରେ ପହଞ୍ଚିବ | ଏହି ଟ୍ରେନ୍ ରାୟଗଡା ଓ ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡା, ଦୋଇକାଲୁ, ଆମ୍ବାଡୋଲା, ଲାଞ୍ଜିଗଡ଼ ରୋଡ୍, ଜି ରାମଚନ୍ଦ୍ରପୁର ପାସେଞ୍ଜର ହଲଟ ଏବଂ ଦେପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ | ଉଭୟ ପାର୍ଶ୍ୱରୁ ଏହି ଟ୍ରେନ ବିଶାଖାପାଟନମ୍ ଏବଂ ରାୟାଗଡା ମଧ୍ୟରେ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ଷ୍ଟେସନ ଗୁଡିକରେ କୌଣସି ପରିବର୍ତ୍ତନ ହେବନାହିଁ |
Comments are closed.