Latest Odisha News

BREAKING NEWS

ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ମିଳିଲା ନୂଆ ରାଜଧାନୀ । ଏଣିକି ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍  ଜଗନମୋହନ ରେଡ୍ଡୀ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଏକ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  ମୁଁ ଆପଣ ସମସ୍ତଙ୍କୁ ବିଶାଖାପଟନମ ଆମନ୍ତ୍ରଣ କରିବାକୁ ଆସିଛି ଯେଉଁ ସହର ଶିଘ୍ର ଆମର ରାଜଧାନୀ ହେବାକୁ ଯାଉଛି । ଯଦିଓ କେବେ ଏହା ରାଜଧାନୀ ମାନ୍ୟତା ପାଇବ ତାହା ସେ ସ୍ପଷ୍ଟ କରିନାହାନ୍ତି ତେବେ ସେ ନଜେ ଖୁବ ଶୀଘ୍ର ସେଠାକୁ ସ୍ଥାନାନ୍ତର ହେବେ ବୋଲି କହିଛନ୍ତି ।

ଆଗକୁ ଅର୍ଥାତ ମାର୍ଚ୍ଚ ୩ ଓ ୪ରେ ଏକ ବୈଶିକ ଶିଖର ସମ୍ମିଳନୀ ଏଠାରେ ହେବାକୁ ଯାଉଛି ଏହି ସମ୍ମେଳନକୁ ନିମନ୍ତ୍ରଣ କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କହିଥିଲେ । ତେଣୁ ଏହା ପୂର୍ବରୁ ରାଜଧାନୀ ସ୍ଥାନାନ୍ତର ହୋଇପାରେ ବୋଲି ଅନୁମାନ କରାଯାଉଛି ।

୨୦୧୪ରେ ଯେତେବେଳେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ନୂଆ ରାଷ୍ଟ୍ର ହେଲା ସେତେବେଳେ ହାଇଦ୍ରାବାଦ ନୂଆ ରାଜ୍ୟର ରାଜଧାନୀ ହୋଇଥିଲା । ୨୦୧୫ରେ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବା ପରେ ଅମରାବତୀକୁ ଆନ୍ଧ୍ରର ନୂଫ ରାଜଧାନୀ କରିବା ପାଇଁ ସୁପାରିଶ କରିଥିଲେ । ୨୦୨୦ରେ ରାଜ୍ୟ ପକ୍ଷରୁ ୩ଟି କ୍ୟାପିଟାଲ ସିଟି ବିଶାଖାପଟନମ, ଅମରାବତୀ ଏବଂ କୁର୍ନୁଲ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.