Latest Odisha News

BREAKING NEWS

‘ଡଟ୍ ଫେଷ୍ଟ’ରେ ବଢୁଛି ଭିଡ, ଲୋଭନୀୟ ଖାଦ୍ୟର ମଜା ନେଉଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍ ଫେଷ୍ଟ୍ରେ ଦର୍ଶକଙ୍କ ଭିଡ ଜମିବାରେ ଲାଗିଛି ।

ଏଥିସହିତ ରବିବାର ସନ୍ଧ୍ୟାରେ ଅନ୍ୟଦିନ ଅପେକ୍ଷା ଆୟୋଜିତ ହୋଇଥିବା ଏହି ତଥାକଥିତ ଖାଦ୍ୟ ହାଟରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖାସ୍ କରି ଖାଦ୍ୟପ୍ରେମୀ ମାନଙ୍କୁ ଏହି ଫେଷ୍ଟିଭାଲ୍ରେ ରହିଥିବା ବିଭିନ୍ନ ଖାଦ୍ୟର ପସରା ବେଶୀ ଆକୃଷ୍ଟ କରିପାରିଛି । ଏହାବ୍ୟତିତ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀ ଓ ଡଟ୍ ଫେଷ୍ଟ ଦେଖିବା ପାଇଁ ଆସିଥିବା ଲୋକମାନେ ଆମିଷ ଓ ନିରାମିଷ ଖାଦ୍ୟର ବେଶ ମଜା ଉଠାଇଥିଲେ।

ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଡଟ୍ ଫେଷ୍ଟ୍ ମଞ୍ଚରେ ‘ରକ୍ ଶୋ’ ଦେଖିବାକୁ ମିଳିଥିଲା । ବିଭିନ୍ନ ସଙ୍ଗୀତଜ୍ଞମାନେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଶନ କରି ଚାଲିଥିବାବେଳେ ଉପସ୍ଥିତ ଦର୍ଶକମାନଙ୍କୁ ଏହା ଖୁବ୍ ମତୁଆଲା କରିପାରିଥିଲା । ଆହୁରି ମଧ୍ୟ ଡଟ୍ ଫେଷ୍ଟରେ ଉପସ୍ଥିତ ଯୁବ ପିଢି ସମେତ ଆବାଳ ବୃଦ୍ଧବନିତା ସମସ୍ତେ ସେମାନଙ୍କ ଗୀତର ତାଳେତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା ।

ଏଠାକୁ ବୁଲିବାକୁ ଆସିଥିବା ଦର୍ଶକମାନେ ସୁସ୍ୱାଦୁ ବ୍ୟଞ୍ଜନ ସହିତ ଓଡ଼ିଆ ଖାଦ୍ୟ ଏବଂ ବିଭିନ୍ନ ବିଦେଶୀ ଖାଦ୍ୟର ମଜା ମଧ୍ୟ ଉଠାଇଛନ୍ତି। ଏଥିସହିତ ଏଭଳି ଅନେକ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍ ଫେଷ୍ଟରେ ଲୋକଙ୍କ ବେଶ୍ ଭିଡ଼ ମଧ୍ୟ ଜମୁଛି।

Leave A Reply

Your email address will not be published.