Latest Odisha News

ଶ୍ରୀରାମଙ୍କ ଦର୍ଶନ ପାଇଁ ଚଢିବାକୁ ହେବ କେତୋଟି ପାହାଚ, ପୂର୍ବ ପଟେ ପ୍ରବେଶ କରି ଦକ୍ଷିଣ ପଟେ କରିବେ ପ୍ରସ୍ଥାନ

ଉତ୍ତରପ୍ରଦେଶ: ଅଯୋଧ୍ୟାରେ ନିର୍ମିତ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ସନାତନ ପ୍ରେମୀଙ୍କ ପାଇଁ ବିଶେଷ ମହତ୍ଵ ବହନ କରୁଛି । ବର୍ତ୍ତମାନ ମନ୍ଦିରର ଉଦଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର କିଛି ଦିନର ଅପେକ୍ଷା । ନିକଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମନ୍ଦିରର ନକ୍ସା ଦେଖାଇ ପ୍ରଭୂ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ କେତୋଟି ପାହାଚ ଚଢି ଯିବାକୁ ପଡିବ ସେ ନେଇ ସୂଚନା ଦେଇଛନ୍ତି । ଏହା ସହ ଭକ୍ତ ମାନେ କେଉଁ ଦିଗରେ ପ୍ରବେଶ କରିବେ ଓ କେଉଁ ଦିଗରେ ପ୍ରସ୍ଥାନ ପ୍ରସ୍ଥାନ କରିବେ, ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ଚମ୍ପତ ରାୟ କହିଛନ୍ତି ଯେ, ପ୍ରଭୂ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ୩୨ଟି ପାହାଚ ଚଢିବାକୁ ପଡିବ । ୩୨ଟି ପାହାଚ ଚଢିବା ପରେ ଭକ୍ତମାନେ ମୁଖ୍ୟ ମନ୍ଦିର ତଥା ପ୍ରଭୂ ରାମଚନ୍ଦ୍ରଙ୍କ ପାଖରେ ମୁଖ୍ୟ ଧାମରେ ​​ପହଞ୍ଚିବେ | ମନ୍ଦିରର ପଶ୍ଚିମ ଭାଗରେ ଭିନ୍ନକ୍ଷମଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା ମଧ୍ୟ ରହିବ।

ମନ୍ଦିରର ମାନଚିତ୍ର ଦର୍ଶାଇ ଚମ୍ପତ ରାୟ କହିଛନ୍ତି ଯେ ଭକ୍ତମାନେ ମନ୍ଦିରର ପୂର୍ବ ପଟୁ ରାମ ମନ୍ଦିରରେ ପ୍ରବେଶ କରିବେ ଏବଂ ପ୍ରଭୁଙ୍କ ଦର୍ଶନ ସାରି ଦକ୍ଷିଣ ପଟେ ବାହାରିବେ । ଏହା ବ୍ୟତୀତ ମନ୍ଦିର ଭିତରେ ୪୪ଟି ପୃଥକ ଫାଟକ ମଧ୍ୟ ନିର୍ମାଣ କରାଯିବ । ୭୦ ଏକର ଜମିରେ ରାମଲାଲା ପରିସରରେ ତାଙ୍କ ଗୁରୁମାନଙ୍କର ମନ୍ଦିର ମଧ୍ୟ ରହିବ | ଏହା ସହିତ ଶବରୀ ଏବଂ ଅହିଲ୍ୟାବାଇ ମାତାଙ୍କ ମନ୍ଦିର ମଧ୍ୟ ନିର୍ମାଣ ହେବ | ଏହାଛଡା ମନ୍ଦିର ପରିସରରେ ମହର୍ଷୀ ବାଲ୍ମିକ, ମହର୍ଷୀ ବିଶ୍ଵାମିତ୍ର, ମହର୍ଷୀ ବଶିଷ୍ଠ, ମହର୍ଷୀ ଅଗସ୍ତ୍ୟ, ନିଶାଦ ରାଜଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ । କିନ୍ତୁ ମୁଖ୍ୟ ମନ୍ଦିର ନିର୍ମାଣ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ |

Comments are closed.