ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସରେ ୪ ଗୁଣନ ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଧାବିକା ବିକେ ବିସ୍ମୟା ଡୋପ ଟେଷ୍ଟରେ ଧରା ପଡିଛନ୍ତି । ବୁଧବାର ନାଡା ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ତାଙ୍କ ଶରୀରରୁ ପ୍ରବିବନ୍ଧିତ ଡ୍ରଗ୍ସ କ୍ଲେମିଫୀନର ମାତ୍ରା ମିଳିଥିଲା । ୧୫ ଅଗଷ୍ଟ ୨୦୨୪ରେ କୋଚ୍ଚିରେ ତାଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା । ୨ମାସ ମଧ୍ୟରେ ତାଙ୍କ ଶରୀରରେ ନିଷିଦ୍ଧ ଡ୍ରଗ୍ସ ମିଳିଥିବା ନାଡା ସୂଚନା ଦେଇଥିଲା ।
ବିସ୍ମୟା କହିଛନ୍ତି ଯେ, ସେ ଗର୍ଭବତୀ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ଲେମିଫୀନ ଡ୍ରଗ୍ସ ନେଇଥିଲେ । ଏହାର ପ୍ରଦର୍ଶନ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ବାସନ୍ଦ ଦଣ୍ଡାଦେଶ ୨୯ ଅକ୍ଟୋବର ୨୦୨୪ରୁ ଲାଗୁ କରାଯିବ । ଏହାର ମାନେ ସେ ଆଉ ୬ ମାସ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ସେହିପରି ଏନ.ଶନମୁଗା ଶ୍ରୀନିବାସ ନମୂନା ଦେବା ପାଇଁ ମନା କରିଥିଲେ । ୬ ଫେବୃୟାରୀ ୨୦୨୫ରୁ ୪ ବର୍ଷ ପାଇଁ ତାଙ୍କୁ ବାସନ୍ଦ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।