ଭୁବନେଶ୍ବର: ଏବେ ଶିକ୍ଷକତା କରିପାରିବେ ଦୃଷ୍ଟିବାଧିତ । ଦୃଷ୍ଟିବାଧିତମାନଙ୍କ ପାଇଁ ଶିକ୍ଷକ ପଦବୀ ବାହାର କରିଛି ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ । ମାଧ୍ୟମିକ ସ୍କୁଲରେ ଏଲଟିଆର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏହି ନିକଟରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବିଜ୍ଞପ୍ତି ଜାରି କରିଛି । କିନ୍ତୁ ଏଥିରେ କମିଶନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଶତ ପ୍ରତିଶତ ଦୃଷ୍ଟିବାଧିତ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ତେବେ କହିରଖୁଛୁ, ଦୃଷ୍ଟିବାଧିତ ମାନେ ଶିକ୍ଷତା କରିବାରୁ ବଞ୍ଚିତ ରହିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶତାଧିକ ଆବେଦନକାରୀ ଏହାକୁ ବିରୋଧ କରିଥିଲେ । ବିଏଡ୍ ସାରିବା ସହ ଓଟିଇଟିରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସରକାର କାହିଁକି ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ କମିଶନଙ୍କ ଦ୍ବାରସ୍ଥ ହେବା ସହିତ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓସେପା ଏବଂ ଗଣଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ଯାହାକୁ ନେଇ ଏବେ ନୂଆ ବିଜ୍ଞପ୍ତି ଜାରି କରିଛି କମିଶନ । ଏଣିକି ଶିକ୍ଷକତା କରିବାରୁ ବଞ୍ଚିତ ହେବେ ନାହିଁ ଭିନ୍ନକ୍ଷମ ।