Latest Odisha News

BREAKING NEWS

ଜୋତାରେ ୱାର୍ଣ୍ଣର ଲେଖିଲେ ୩ ଝିଅ, ପତ୍ନୀଙ୍କ ନାମ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର ନିଜ ଜୋତାରେ ୩ ଝିଅ ଏବଂ ପତ୍ନୀଙ୍କ ନାମ ଲେଖିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱାର୍ଣ୍ଣରଙ୍କ ଜୋତା ପଛ ପଟେ ଇଭି, ଇଣ୍ଡି ଓ ଇସଲା ନାମ ଲେଖା ଯାଇଥିବା ବେଳେ ଦୁଇ ପାଶ୍ୱର୍ରେ ପତ୍ନୀ କ୍ୟାଡିଙ୍କ ନାମ ରହିଛି । ୱାର୍ଣ୍ଣର ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ୪୮ ବଲରେ ୫୬ ରନ କରିଥିଲେ । ତେବେ ଏହି ମ୍ୟାଚରେ ଦିଲ୍ଲୀ ହାରି ଯାଇଥିଲା । ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ୱାର୍ଣ୍ଣର ସର୍ବଦା ଚେଷ୍ଟା କରିଥାନ୍ତି ।

ଏହା ବ୍ୟତୀତ ସେ ଭାରତୀୟ ଫିଲ୍ମ ଏବଂ ସଭ୍ୟତାକୁ ବେଶ ପସନ୍ଦ କରିଥାନ୍ତି । ବଲିଉଡ ଫିଲ୍ମ ଗୀତରେ ସେ ଡ୍ୟାନ୍ସ କରି ଭିଡିଓ ସୋସିଆଲ ମିଡିଆରେ ଛାଡିଥାନ୍ତି । ଦିଲ୍ଲୀର ନିୟମିତ ଅଧିନାୟକ ରିଷଭ ପନ୍ତ ଆଘାତପ୍ରାପ୍ତ ହେବା ପରେ ୱାର୍ଣ୍ଣରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.