ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲା; ବିବେକ ଓବରଏଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ କ୍ରାଇମ୍ବାଞ୍ଚ ପକ୍ଷରୁ ଲିଗାଲ୍ ନୋଟିସ୍ ଜାରି
ମୁମ୍ବାଇ: ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାରେ ପୋଲିସ୍ ଗତକାଲି ବିବେକ ଓବରଏ୍ଙ୍କ ଘରେ ଚଢାଉ କରିବା ପରେ ଏବେ ବିବେକଙ୍କ ପତ୍ନୀ ପ୍ରିୟଙ୍କା ଅଲଭା ମଧ୍ୟ ଏହି ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଯେଉଁ କାରଣରୁ ପ୍ରିୟଙ୍କା ଅଲଭାଙ୍କୁ ବାଙ୍ଗାଲୋରର ସିଟି କ୍ରାଇମ ବ୍ରାଞ୍ଚ ପୋଲିସ ପକ୍ଷରୁ ନୋଟିସ ପଠାଯାଇଛି।
ବାସ୍ତବରେ, ଏହି ମାମଲା ବିବେକଙ୍କ ପତ୍ନୀ ପ୍ରିୟଙ୍କା ଅଲଭାଙ୍କ ଭାଇ ଆଦିତ୍ୟ ଅଲଭାଙ୍କ ସହ ସିଧାସଳଖ ଲିଙ୍କ୍ ରହିଥିବା ସୂଚନା ମିଳିଛି। ଏହି କାରଣରୁ ପ୍ରିୟଙ୍କାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଆଦିତ୍ୟଙ୍କ ହେବଲ୍ ହ୍ରଦ ସ୍ଥିତ ଫାର୍ମହାଉସରେ ରେଭ୍ ପାର୍ଟୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ସମ୍ପୃକ୍ତ ଥିଲେ।
ବାଙ୍ଗାଲୋର ପୋଲିସ ମଧ୍ୟ ଆଦିତ୍ୟ ଅଲଭାଙ୍କ ଘରେ ଛାନଭିନ୍ ଆରମ୍ଭ କରିଛି। ଉଲ୍ଲେଖନୀୟ କଥା ହେଉଛି, ଆଦିତ୍ୟ ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ଉପରେ କନ୍ନଡ ଚଳଚ୍ଚିତ୍ର ଜଗତର କଳାକାରମାନଙ୍କୁ ଡ୍ରଗ୍ ଯୋଗାଉଥିବା ଅଭିଯୋଗ ମଧ୍ୟ ରହିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ସମେତ କିଛି ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି।
Comments are closed.