Latest Odisha News

BREAKING NEWS

ଓଡ଼ିଶାରେ କମିଛି କରୋନା ସଂକ୍ରମଣ, ହେଳା କଲେ ପୁଣି ବଢ଼ିବ

ଭୁବନେଶ୍ୱର: ଏବେ ଓଡ଼ିଶାରୁ ଦିନକୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କମିଛି ସଂକ୍ରମଣ । ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ସେ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ଯାଏଁ ଦୈନିକ ସଂକ୍ରମଣ ୪ ହଜାର ୨୦୦ ଟପିଥିଲା । ଏବେ ରାଜ୍ୟରେ କୋଭିଡ୍ ଟେଷ୍ଟିଂ କମିନି । କିନ୍ତୁ ସେପ୍ଟେମ୍ବର ୨୫ ତାରିଖ ପରଠୁ ସଂକ୍ରମଣ କମିଛି ।

ଏହାସହ ସେ ଲୋକଙ୍କୁ ସଚେତନ କରାଇବା ସହ କହିଛନ୍ତି, ଆଗକୁ ପୂଜା ଆସୁଛି । ସଂକ୍ରମଣ କମିଗଲା ଭାବି ଅବହେଳା କରନ୍ତୁ ନାହିଁ । ନହେଲେ ପୁଣି ଥରେ ବଢ଼ିବ ଆକ୍ରାନ୍ତଙ୍କ ସଂଖ୍ୟା । ଲୋକେ ସଚେତନ ହୋଇଛନ୍ତି ଏବଂ ଏଭଳି ଆଗକୁ ଜାରି ରଖିବା ପାଇଁ ଆଇଏଲଏସ୍ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଓଡ଼ିଶାରେ ମୃତ୍ୟୁହାର କିଛି ମାତ୍ରାରେ ବଢିଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।

Leave A Reply

Your email address will not be published.